ଇଂଟରକଂଟିନେଂଟାଲ୍ କପ୍‌ର ପ୍ରଥମ ଟିକେଟ୍ କିଣିଲେ ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର : ଇଂଟରକଂଟିନେଂଟାଲ୍ କପ୍ ୨୦୨୩ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଟିକେଟ୍ କିଣିଛନ୍ତି । ଭାରତୀୟ ଫୁଟବଲ ଦଳର କ୍ୟାପଟେନ ସୁନୀଲ ଛେତ୍ରୀ କଳିଙ୍ଗା ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଏହି ଇଭେଂଟର ପ୍ରଥମ ଟିକେଟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରଦାନ କରିଛନ୍ତି । ଏହି ଅବସରରେ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍  ସାଧାରଣସମ୍ପାଦକ ସାଜି ପ୍ରଭାକରନ୍ ଓ ଭାରତୀୟ ଫୁଟବଲ ଟିମ୍ ର କୋଚ୍ ଇଗୋର ଷ୍ଟିମାକ୍ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ  ପ୍ରଥମ ଥର ପାଇଁ ଓଡିଶା ଅନ୍ତର୍ଜାତୀୟ ପୁରୁଷ ଫୁଟବଲ ଟୁର୍ଣ୍ଣାମେଂଟ ଆୟୋଜନ କରିବ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ରେ ଜୁନ୍ ୯ ରୁ ୧୮ ତାରିଖ ପର୍ଯ୍ୟନ୍ତ ଏହି ଇଭେଂଟ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *