ଉଦ୍ଧାର କାର୍ଯ୍ୟରେ ସହଯୋଗ ଲାଗି ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସକାଳେ ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଷ୍ଟେସନ୍ ଠାରେ ଘଟିଥିବା ଭୟାନକ ଦୁର୍ଘଟଣାସ୍ଥଳରେ ପହଞ୍ଚି ସେଠାରେ ସ୍ଥି୍ତିର ସମୀକ୍ଷା କରିଛନ୍ତି । ସେ ଦୁର୍ଘଟଣାସ୍ଥଳରେ ପହଞ୍ଚି ରେଳବାଇର ବରିଷ୍ଠ ଅଧିକାରୀ ଓ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ।

ଏହା ପରେ ସେ କହିଛନ୍ତି, ” ଏହା ଅତ୍ୟନ୍ତ ଦୁଃଖଦ ଟ୍ରେନ୍ ଦୁର୍ଘଟଣା।ମୋତେ ସ୍ଥାନୀୟ ଦଳ, ସ୍ଥାନୀୟ ଲୋକ ଏବଂ ଅନ୍ୟମାନଙ୍କୁ ଧନ୍ୟବାଦ ଦେବାକୁ ପଡ଼ିବ। ଯେଉଁମାନେ ଲୋକଙ୍କୁ ରକ୍ଷା କରିବା ପାଇଁ ରାତାରାତି କାର୍ଯ୍ୟ କରିଛନ୍ତି। ରେଳ ସୁରକ୍ଷାକୁ ସର୍ବଦା ପ୍ରଥମ ଗୁରୁତ୍ବ ଦିଆଯିବା ଉଚିତ୍ । ପୀଡ଼ିତ ଲୋକଙ୍କୁ ବାଲେଶ୍ବର ଏବଂ କଟକ ବଡ଼ ଡାକ୍ତରଖାନାକୁ ନେବାକୁ ପଡ଼ିବ ଯାହା ଦ୍ବାରା ସେମାନେ ଯଥାଶୀଘ୍ର ସୁସ୍ଥ ହୋଇଯିବେ।

ଏହାପରେ ସେ ବାଲେଶ୍ୱର ମେଡିକାଲ କଲେଜକୁ ଯାଇ ଆହତଙ୍କୁ ଭେଟିଛନ୍ତି ଓ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *