ମିଳିଲା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଖଡଗ ନଦୀରେ ହେବ ନଦୀ ଗର୍ଭ ଜଳାଶୟ

Spread the love

ଖଡଗ ନଦୀରେ ତିଆରି ହେବ ନଦୀ ଗର୍ଭ ଜଳାଶୟ । ୧୨୬ କୋଟିର ଏହି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଏହି ପ୍ରକଳ୍ପ ବିଷୟରେ ପରାମର୍ଶଦାତା କମିଟି ସ୍ୱୀକୃତି ପ୍ରାପ୍ତ କରିଥିଲେ । ଏହି ପ୍ରକଳ୍ପ ଦ୍ୱାରା ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ, କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଲକ ଓ ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ବ୍ଳକର ପ୍ରାୟ ୨୦ ହଜାର ଅଧିକ ଲୋକ ଉପକୃତ ହେବେ ।
ଏହି ଯୋଜନା ନଦୀଗର୍ଭ ଜଳ ସଂରକ୍ଷଣ କରିବା ସହିତ ଖରାଦିନେ ଏହି ଅଞ୍ଚଳରେ ପାନୀୟ ଜଳର ଆବଶ୍ୟକତା ପୂରଣ, ମାଛ ଚାଷ, ଓ ଭୂତଳ ଜଳସ୍ତର ବୃଦ୍ଧିରେ ମଧ୍ୟ ସହାୟକ ହେବ ।
ତେବେ ଚଳିତ ମାସ ପାଞ୍ଚ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଶ୍ରୀ ଭି. କେ ପାଣ୍ଡିଆନ ବୌଦ୍ଧ ଜିଲ୍ଲା ଗସ୍ତ ବେଳେ ସ୍ଥାନୀୟ ଲୋକେ ଖଡଗ ନଦୀରେ ଏକ ବ୍ୟାରେଜ ପାଇଁ ଦାବୀ ପତ୍ର ଦେଇଥିଲେ । ତେବେ ଏହି ଦାବୀକୁ ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ଆଗରେ ପ୍ରସ୍ତାବିତ କରିବା ପରେ ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିଥିଲେ ।

Leave a Reply

Your email address will not be published. Required fields are marked *