ମୁଖ୍ୟମନ୍ତ୍ରୀ ପୁରୀ, ଭୁବନେଶ୍ୱର ଓ କଟକରୁ ନିଶୁଳ୍କ ବସ ସେବା ସମ୍ପର୍କରେ କଲେ ଘୋଷଣା

Spread the love

ଭୁବନେଶ୍ୱର : ବାଲେଶ୍ୱରର ବାହାନଗା ଠାରେ ଘଟିଥିବା ଟ୍ରେନ ଦୁର୍ଘଟଣା କାରଣରୁ କୋଲକାତାକୁ ଟ୍ରେନ ସେବା ବାଧିତ ହୋଇଥିବା ବେଳେ ଲୋକ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଲକାତା ପାଇଁ ନିଶୁଳ୍କ ବସ ସେବା ସମ୍ପର୍କରେ ଘୋଷଣା କରିଛନ୍ତି ।

ପୁରୀ, କଟକ ଓ ଭୁବନେଶ୍ୱରରୁ ଆଜି ଏହି ବସ ସେବା କୋଲକାତା ଯାଏ ଚାଲିବ । ଏହାର ଖର୍ଚକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଭରଣା କରାଯିବ । ବାଲେଶ୍ୱର ମାର୍ଗରେ ଟ୍ରେନ ଚଳାଚଳା ସ୍ୱାଭବିକ ନ ହେବା ଯାଏ ଏହି ସେବା ଚାଲିବ ବୋଲି ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *