୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ, କୋରାପୁଟ ଜିଲ୍ଲା ସଭାପତି ପଦରୁ ବାଦ୍ ପଡ଼ିଲେ ମିନାକ୍ଷୀ ବାହିନୀପତି

Spread the love

ଭୁବନେଶ୍ୱର : ଏଆଇସିସି ପକ୍ଷରୁ ୧୦ଟି ଜିଲ୍ଲା ପାଇଁ କଂଗ୍ରେସ ସଭାପତିମାନଙ୍କର ନାମ ଘୋଷଣା କରାଯାଇଛି । ଦୀର୍ଘ ଦିନ ଧରି କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଦାୟିତ୍ୱରେ ଥିବା ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କୁ ସଭାପତି ପଦରୁ ହଟାଯାଇଛି । ତାଙ୍କ ସ୍ଥାନରେ ଦୁର୍ଗାଶଙ୍କର ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ନୂଆପଡା ଜିଲ୍ଲାର ସଭାପତି ଭାବେ ସୁରେଶ କୁମାର ଆଜାଦ , କେନ୍ଦୁଝର ପାଇଁ ମୋହନ ପରିଡା, ପୁରୀ ପାଇଁ ଜୟରାମ ପଟ୍ଟନାୟକ , ଭଦ୍ରକରେ ଅଶୋକ ଦାସ, ଅନୁଗୁଳରେ ସଂଗ୍ରାମ ମିଶ୍ର, ସମ୍ବଲପୁରରେ ଆସିଫ ଅଲି ଖାନ୍, ସୁନ୍ଦରଗଡରେ ଦନାର୍ଦ୍ଦନ ଦେହୁରୀ, ରାୟଗଡାରେ ବିଜୟ କୁମାର ଗମାଙ୍ଗୋ ଏବଂ ଦେବଗଡ ଜିଲ୍ଲାପାଇଁ ସେମ୍ ହେମ୍ବ୍ରମ୍ ଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ଦିଆଯାଇଛି ।

ଅନେକ ଦିନ ଧରି କୋରାପୁଟ ଜିଲ୍ଲା ସଭାପତି ପଦରେ ତାରାଙ୍କ ପତ୍ନୀ ମୀନାକ୍ଷୀ ବାହିନୀପତି ଦାୟିତ୍ୱ ତୁଲାଇଆସୁଥିଲେ । ସାଂସଦ ସପ୍ତଗିରୀ ଉଲାକାଙ୍କ ଗୋଷ୍ଠୀ ତାଙ୍କୁ ବଦଳାଇବାକୁ ଦିଲ୍ଲୀରେ ଲବି କରୁଥିବା ଚର୍ଚ୍ଚା ହେଉଥିଲା । ମୀନାକ୍ଷୀଙ୍କ ସ୍ଥାନରେ ଉଲ୍ଲାକାଙ୍କ ସମର୍ଥକଙ୍କୁ କୋରାପୁଟ ଜିଲ୍ଲାର ସଭାପତି କରିବାକୁ ସାଂସଦ ଉଦ୍ୟମ ଚଳାଇଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । କିଛିଦିନ ତଳେ ବିଧାୟକ ତାରା ବାହିନୀପତି ପିସିସି ସଭାପତିଙ୍କୁ ଭେଟି ପୁର୍ନବାର ମିନାକ୍ଷୀ ବାହିନୀପତିଙ୍କୁ କୋରାପୁଟ ଜିଲ୍ଲା ସଭାନେତ୍ରୀ କରିବାକୁ ଦାବି କରିଥିଲେ । ତେବେ ଆଜି ମିନାକ୍ଷୀଙ୍କ ବଦଳରେ ଦୁର୍ଗାଙ୍କୁ ଦାୟିତ୍ୱ ମିଳିଛି ।

Leave a Reply

Your email address will not be published. Required fields are marked *