ଓଏସଏସସି ପ୍ରଶ୍ନପତ୍ର ଲିକ ମାମଲାର ଏସଆଇଟି ତଦନ୍ତ ଦାବି କଲା କଂଗ୍ରେସ

Spread the love

ଭୁବନେଶ୍ୱର : ଓଡ଼ିଶା ଷ୍ଟାଫସିଲେକସନ କମିଶନ ପ୍ରଶ୍ନପତ୍ର ଲିକ୍ କୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଗତ ୨୭ ତାରିଖ ବାଲେଶ୍ୱର ଏସ୍ ପି ଙ୍କ ବୟାନ ଅତ୍ୟନ୍ତ ହାସ୍ୟାସ୍ପଦ ।

ଗତ ୨୭ ତାରିଖରେ ବାଲେଶ୍ୱର ଏସ୍ ପି ଗଣମାଧ୍ୟକୁ ସୂଚନା ଦେଇ କହିଥିଲେ ପ୍ରିଣ୍ଟିଂ ପ୍ରେସରୁ ପ୍ରଶ୍ନପତ୍ର ଲିକ ହୋଇଛି ଏହାର କିଙ୍ଗପିନ୍ ବିହାରର ଏବଂ ଏହି ପ୍ରଶ୍ନପତ୍ର ଲିକ ସହିତ ଓଏସଏସସିର କୌଣସି ଷ୍ଟାଫ୍ ସଂପୃକ୍ତ ନାହାନ୍ତି । ଯେତେବେଳେ ଏହି ଘଟଣାର ତଦନ୍ତ ଚାଲିଛି ଏସ୍ ପି କେଉଁ ଆଧାରରେ ଓଏସଏସସିକୁ କ୍ଲିନଚିଟ ଦେଲେ । ଜଣେ ବିହାର ଲୋକ ବିନା ଓଏସଏସସି ଷ୍ଟାଫଙ୍କ ସାହାଯ୍ୟରେ କିଭଳି ଓଡ଼ିଶା ଜେଇ ମେନ ପ୍ରଶ୍ନପତ୍ର ଲିକ୍ କରିପାରିଲା ।

ଯେହେତୁ ସରକାରଙ୍କ ପ୍ରୋତ୍ସାହିତରେ ଓଏସଏସସି ପ୍ରଶ୍ନପତ୍ର ଲିକ୍ କରିବାରେ ସାହାଯ୍ୟ କରିଛି ଏବେ ସରକାର ଏସ୍ ପି ଙ୍କ ମାଧ୍ୟମରେ ଓଡ଼ିଶା ଷ୍ଟାଫ ସିଲେକସନ କମିଶନଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ଏହାର ତଦନ୍ତ ଏସଆଇଟି ମାଧ୍ୟମରେ ଉଚ୍ଚନ୍ୟାୟଳଙ୍କ ତତ୍ୱାବଧାନରେ କରିବା ପାଇଁ ପଟ୍ଟନାୟକ କହିଛନ୍ତି ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ନିଶକାନ୍ତ ମିଶ୍ର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *