କଂଗ୍ରେସ ପକ୍ଷରୁ୧୨ ଘଂଟିଆ କୋରାପୁଟ ଜିଲା ବନ୍ଦ ପାଳନ, ସିପିଆଇ ଦେଲା ସମର୍ଥନ

Spread the love

ଜୟପୁର – କୋରାପୁଟ ଜିଲାରେ ଗତକାଲି ୧୨ ଘଂଟିଆ ବନ୍ଦ ପାଳନ କରିଛି ଜିଲା କଂଗ୍ରେସ । ଜୟପୁର ମୁଖ୍ୟ ଟ୍ରାଫିକ ଛକ ଠାରେ ରାସ୍ତା ଅବରୋଧ କରାଯାଇଛି । ଦୋକାନ, ବଜାର, ଚକ, ଅଖ, ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ଥିଲା । ଶହ ଶହ ଗାଡି ଅଟକି ରହିଥିଲା । ଜିଲା ସଭାନେତ୍ରୀ ମିନାକ୍ଷୀ ବାହିନିପତିଙ୍କ ଆହ୍ୱାନରେ ଜିଲା ବନ୍ଦ କରାଯାଇଥିଲା ।କେନ୍ଦ୍ର ଓ ରାଜ୍ୟ ସରକାର କୋରାପୁଟ ଜିଲାକୁ ଅବହେଳା କରୁଥିବା ଅଭିଯୋଗରେ ବନ୍ଦ ପାଳନ କରାଯାଉଥିବା ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଜୟପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବା, କୋରାପୁଟ ଜିଲାର ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଜ ଜିଲାରେ ନିଯୁକ୍ତି ସୁଯୋଗ ଦେବା, କୋରାପୁଟ ଜିଲାର ସିଟି, ବିଇଡି ଏବଂ ଡିଆଇଇଟି ତାଲିମ ପ୍ରାପ୍ତ ଯୁବକ ଯୁବତୀ ମାନଙ୍କୁ ଆଗ୍ରାଧିକାର ଭିତିରେ କୋରାପୁଟ ଜିଲାରେ ଶିକ୍ଷକ/ ଶିକ୍ଷୟତ୍ରୀ ନିଯୁକ୍ତି ଦିଆଯାଉ, କୋରାପୁଟ ଜିଲାରେ ବିଭିନ୍ନ ବିଭାଗରେ ଖାଲି ପଡିଥିବା ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ଗୁଡିକରେ ସ୍ଥାନୀୟ ନିଯୁକ୍ତି ଦିଆଯାଉ, ଏହି ଜିଲାର ତାଲିମ ପ୍ରାପ୍ତ ଏଏନଏମ ଏବଂ ବିଏସି ନର୍ସିଙ୍ଗ ପ୍ରାର୍ôଥ ମାନଙ୍କୁ ଆଗ୍ରାଧିକାରି ଭିତିରେ ନିଯୁକ୍ତି ଦିଆଯାଉ, କୋରାପୁଟ ଠାରେ ଥିବା ବିଇଡି କଲେଜରେ ଦିର୍ଘ ତିନି ବର୍ଷ ହେଲା ବିଭିନ୍ନ ଅଧ୍ୟାପକ ପଦବୀ ଖାଲି ପଡିଛି ଏବଂ ପିଲାଙ୍କ ପ୍ରବେଶ ବନ୍ଦ ରହିଛି । ଫଳରେ ଜିଲାର ଛାତ୍ର ଛାତ୍ରୀ ମାନେ ତାଲିମ ପାଇଁ ଅନ୍ୟ ରାଜ୍ୟକୁ ଯାଇ ବିଭିନ୍ନ ଠକାମିର ଶୀକାର ହେଉଛନ୍ତି, ତେଣୁ ତୁରନ୍ତ ବନ୍ଦ ହୋଇ ରହିଥିବା ବିଇଡି କଲେଜକୁ ଶହେ ସିଟ ବିଶିଷ୍ଟ କରି ଖୋଲାଯାଉ, ଜୟପୁର ଠାରେ କେନ୍ଦ୍ରୀୟ ଡ୍ରାଇଭିଙ୍ଗ ତାଲିମ ଗବେଷଣା କେନ୍ଦ୍ର ପ୍ରତିଷ୍ଠା, ଜୟପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଆଦି ଦାବି କରାଯାଇ ଜିଲାକୁ ବନ୍ଦ କରାଯାଇଛି । ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆମ୍ବଗୁଡା, ଗାନ୍ଧି ଛକ ଠାରେ ମଧ୍ୟ ରାସ୍ତା ଅବରୋଧ କରାଯାଇଛି ।

ଏହି ବନ୍ଦ ପାଳନ ସମୟରେ ଜୟପୁର ଟ୍ରାଫିକ ଛକରେ ବିଧାୟକ ବାହିନିପତିଙ୍କ ସହ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ନିହାର ବିଷୋୟୀ, ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟ୍ଟନାୟକ, ଜିଲା ମହିଳା ସଭାନେତ୍ରୀ ନଳିନି ରଥ, କାନ୍ତ ପାଢୀ, ଶରତ ଚନ୍ଦ୍ର ବୁରୁଦା ସମେତ ଶତାଧିକ କଂଗ୍ରେସ କର୍ମି ଓ ନେତା ଉପସ୍ଥିତ ଥିଲେ । ଜିଲା ସଭାନେତ୍ରୀ ମିନାକ୍ଷୀ ବାହିନିପତିଙ୍କ ଆହ୍ୱାନରେ ଜିଲା ବନ୍ଦ କରାଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାର କୋରାପୁଟ ଜିଲାକୁ ଅବହେଳା କରୁଥିବା ଅଭିଯୋଗରେ ବନ୍ଦ ପାଳନ କରାଯାଉଥିବା ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି କହିଛନ୍ତି । ଏହି ବନ୍ଦ ଡାକରାକୁ ସିପିଆଇ କୋରାପୁଟ ଜିଲା ତରଫରୁ ସମର୍ଥନ ଦିଆଯାଇଥିଲା । ଏନେଇ ସିପିଆଇ ତରଫରୁ ଟ୍ରାଫିକ ଛକରେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କଂଗ୍ରେସର ସମସ୍ତ ଦାବିକୁ ସମର୍ଥନ କରିବା ସହ ମହିଳା କୁସ୍ତି ଖେଳାଳିଙ୍କୁ ନ୍ୟାୟ, କୋଟିଆ ବିବାଦର ସମାଧାନ, କାଗଜ କଳ ସମସ୍ୟାର ସମାଧାନ ଆଦି ଦାବିରେ ସିପିଆଇର ବିକ୍ଷୋଭ କରିଥିଲା । ଦଳିୟ ପତକା ଓ ବ୍ୟାନର ଧରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଏହି ବିକ୍ଷୋଭରେ କୋରାପୁଟ ଜିଲା ସମ୍ପାଦକ ଯୁଧିଷ୍ଟିର ରାଉଳ, ପ୍ରମୋଦ ମହାନ୍ତି, ସତ୍ୟବ୍ରତ ନନ୍ଦ, ସୁଶାନ୍ତ ଅଧିକାରି, ରାମକୃଷ୍ଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *