ଦୁଲୁକୁଛି ଐତିହାସିକ କଟକ ବାଲିଯାତ୍ରା

Spread the love

କଟକ : ଦୁଲୁକୁଛି କଟକର ଐତିହାସିକ ବାଲିଯାତ୍ରା । ସକାଳ ହେବା ମାତ୍ରେ ମେଳା ପଡ଼ିଆରେ ଲୋକଙ୍କ ଭିଡ଼ ଜମୁଛି । ବିଶେଷ କରି ଓରମାସ ପକ୍ଷରୁ ଖୋଲାଯାଇଥିବା ଖାଦ୍ୟ ଷ୍ଟଲରେ ଖାଦ୍ୟପ୍ରେମୀ ବିଭିନ୍ନ ପ୍ରକାରର ଖାଦ୍ୟର ଭରପୂର ମଜା ଉଠାଉଛନ୍ତି।

ଦୁଲୁକୁଛି କଟକର ଐତିହାସିକ ବାଲିଯାତ୍ରା ପଡିଆ। ସନ୍ଧ୍ୟା ସମୟରେ ଜନ ସମୁଦ୍ର ପାଲଟିଯାଉଛି ବାଲିଯାତ୍ରା ଉପର ପଡ଼ିଆ ଓ ତଳ ପଡ଼ିଆ। ବୁଲାବୁଲି ସାଙ୍ଗକୁ ଖିଆପିଆର ଭରପୁର ମଜା ଉଠାଉଛନ୍ତି ଲୋକମାନେ। ତେବେ ପ୍ରତ୍ୟେକ ବର୍ଷ ଭଳି ଏଥର ମଧ୍ୟ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାର ଓରମାସ ବାଜାରରେ ଖୋଲିଛି ଭଳିକି ଭଳି ଖାଦ୍ୟ ଷ୍ଟଲ । ଆଉ ବିଭିନ୍ନ ପ୍ରକାରର ଖାଦ୍ୟ ଷ୍ଟଲ ଗୁଡିକରେ ଜମୁଛି ଖାଦ୍ୟ ପ୍ରେମୀଙ୍କ ଭିଡ଼ । ନିଜ ନିଜ ପରିବାର, ସାଙ୍ଗସାଥି, ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କ ସହ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇ ଭରପୁର ମଜା ଉଠାଉଛନ୍ତି।

ଅପରପଟେ ଲୋକ ମାନଙ୍କ ଚାହିଦାକୁ ଆଖି ଆଗରେ ରଖି ଷ୍ଟଲ ଗୁଡିକରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରି ପରସି ଦେଉଛନ୍ତି ଲୋକଙ୍କୁ। କେଉଁ ଷ୍ଟଲରେ ବିରିଆନି, ମୁଢି ମାଂସ, ଚିକେନ୍ ପକୋଡା, ମାଛଚପ, ଚିଙ୍ଗୁଡ଼ି ଚପ, ମାଛ ପୋଡା, ତନ୍ଦୁରି ଭଳି ଆମିଷ ପ୍ରସ୍ତୁତ ହୋଇଛି ତ ଆଉ କେଉଁଠି ଦହିବରା ଆଳୁଦମ,ବରା ଆଲୁକଷା,ଠୁଙ୍କା ପୁରୀ,ଛେନା ତରକାରୀ ମଧ୍ୟ ରହିଛି। ତେବେ ପ୍ରତ୍ୟେକ ଖାଦ୍ୟ ଷ୍ଟଲ ଆଗରେ ଲୋକ ମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି। ବାଲିଯାତ୍ରାର ଦ୍ୱିତୀୟ ଦିନରେ ଭଲ ବ୍ୟବସାୟ ହୋଇଥିବା ବେଳେ ଆଗକୁ ମଧ୍ୟ ଭଲ ବ୍ୟବସାୟ ହେବ ବୋଲି ଆଶାବାଦୀ ବ୍ୟବସାୟୀ ।

ବାଲିଯାତ୍ରାରେ କେବଳ ଯେ ଖାଦ୍ୟ ଷ୍ଟଲଗୁଡିକରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହେଉଛି ତାହା ନୁହେଁ ମେଳା ପଡ଼ିଆରେ ପଡିଥିବା ବିଭିନ୍ନ ପ୍ରକାରର ଦୋଳି ଠାରୁ ଆରମ୍ଭ କରି ଅନ୍ୟ ଷ୍ଟଲରେ ମଧ୍ୟ ଜମୁଛି ଲୋକଙ୍କ ଗହଳି ।

ଚିତ୍ତରଞ୍ଜନ ସାମନ୍ତରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *