ଅଂଶୁପାରେ ପର୍ଯ୍ୟଟକଙ୍କ ଭିଡ

Spread the love

ବାଙ୍କୀ:  ଶୀତ ଯେତିକି ବଢୁଛି ପର୍ଯ୍ୟଟନସ୍ଥଳୀଗୁଡିକରେ ଭିଡ଼ ସେତିକି ଜମୁଛି । ଅଂଶୁପାରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି।  ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଭୋଜି ଭାତ ଏବଂ ବୋଟିଂର ମଜା ଉଠାଉଛନ୍ତି ଲୋକେ । ଅନ୍ୟ ପଟେ ବିଦେଶାଗତ ପକ୍ଷୀ ଙ୍କ ଆଗମନ ପର୍ଯ୍ୟଟକଙ୍କୁ ମନ୍ତ୍ରମୁଗ୍ଧ କରୁଛି ।

କଟକ ଜିଲ୍ଲା ବାଙ୍କୀ ସରଣ୍ଡାଗଡ଼ର ଅଂଶୁପା ହ୍ରଦ। ଯାହାର ପାରିପାର୍ଶ୍ବ ସୌନ୍ଦର୍ଯ୍ୟ ବେଶ ଲୋଭନୀୟ । ଗୋଟେ ପଟେ ଶୀତ ଯେତିକି ଯେତିକି ବଢ଼ି ବଢ଼ି ଚାଲିଛି ସେତିକି ବିଦେଶାଗତ ପକ୍ଷୀମାନଙ୍କର ଆଗମନ ସହିତ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି।  ଏହା ଏସିଆ ମହାଦେଶର ଦ୍ୱିତୀୟତମ ମଧୁର ଜଳ ହ୍ରଦ ଭାବେ ପରିଚିତ।  ଶୀତ ଆସିଲେ ଏଠାକାର ପ୍ରାକୃତିକ ପରିବେଶ ସାଙ୍ଗକୁ ବୋଟିଙ୍ଗର ମଜ୍ଜା ଉଠାଇବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ଼ ଜମେ । ଛୋଟ ଛୋଟ ପିଲା ମାନଙ୍କ ମନୋରଞ୍ଜନ ପାଇଁ ଏଠାରେ ଦୋଳିର ବ୍ୟବସ୍ଥା ମଧ୍ୟ ରହିଛି।

ସେପଟେ ପର୍ଯ୍ୟଟକଙ୍କ ଆଗମନ କୁ ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।  ବଣ ଭୋଜି ପାଇଁ ୫୦ରୁ ଉର୍ଦ୍ଧ୍ବ ପିଣ୍ଡିର ବ୍ୟବସ୍ଥା ରହିଛି ।  ଯାହାର ରକ୍ଷଣା ବେକ୍ଷଣା ପାଇଁ ନିୟୋଜିତ ରହିଛନ୍ତି ସ୍ଥାନୀୟ ଅଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ। ଏପରିକି ସରଣ୍ଡାଗଡ଼ର ପାହାଡ଼ ଉପରେ ପର୍ଯ୍ୟଟକ ଙ୍କ ରାତ୍ରି ଯାପନ ପାଇଁ ୫ ଗୋଟି ବାମ୍ବୋ କଟେଜର ଘର ରହିଛି । ସେ ସବୁ ଗୁଡିକରେ ଶୀତ ତାପ ନିୟନ୍ତ୍ରଣ ବ୍ୟବସ୍ଥା ରହିଛି।  ଏହାକୁ ଆଠଗଡ଼ ବନଖଣ୍ଡ ପକ୍ଷରୁ  ପରିଚଳନା କରାଯାଉଛି। ….

ମନୋଜ କୁମାର ଦଳେଇଙ୍କ ରିପୋର୍ଟ  

Leave a Reply

Your email address will not be published. Required fields are marked *