ଓଡ଼ିଶାପାଣିପାଗ ଓ ପରିବେଶ

ରାଜ୍ୟରେ ପାଞ୍ଚ ଦିନ ପର୍ଯ୍ୟନ୍ତ ବର୍ଷା ଜାରି

ଭୁବନେଶ୍ୱର: ପୂର୍ବରୁ ସଦୃଶ ଲଘୁଚାପ ଦୁର୍ବଳ ହୋଇ ନିଶ୍ଚିହ୍ନ ହୋଇଛି l ମୌସୁମୀ ଜନିତ ନିମ୍ନ ଚାପରେଖା ପ୍ରଭାବରେ ରାଜ୍ୟରେ ଚାରି ରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି l 13 ଓ 14 ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ବର୍ଷାର ପରିମାଣ ଅଧିକ ରହିବ l 15ତାରିଖ ବେଳକୁ ସାମାନ୍ୟ ବର୍ଷା କମିପାରେ l ଗତ ୨୪ଘଣ୍ଟାରେ ଯାଜପୁର ଜିଲ୍ଲାର ଯାଜପୁର ସହର ଠାରେ ସର୍ବାଧିକ ୧୫୦ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ , ରାଜ୍ୟରେ ୧୩ସ୍ଥାନରେ  ପ୍ରବଳ ବର୍ଷା ରେକର୍ଡ ହୋଇଛି l ସେପଟେ ଆଉ ଏକ ଲଘୁଚାପ ପ୍ରଭାବରେ 14 ତାରିଖ ପାଇଁ 30 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯିବ l ବିଶେଷକରି 13 ତାରିଖରେ ଉପକୂଳ ଓଡିଶାରେ ବର୍ଷାର ପ୍ରଭାବ ଅଧିକ ରହିପାରେ ଓ 14 ତାରିଖରେ ଅଭ୍ୟନ୍ତରୀଣ ଓଡିଶାରେ ଅଧିକ ପ୍ରଭାବ ରହିବ l ତେଣୁ ଲଗାଣ ବର୍ଷା ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି l ଅନ୍ୟପଟେ ଆଗକୁ ଆସୁଥିବା ଲଘୁଚାପ ଫଳରେ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ l ମତ୍ସଜୀବି ମାନଙ୍କୁ ଗଭୀର ସମୁଦ୍ରକୁ ନ ଯିବା ପାଇଁ ବାରଣ କରାଯାଇଛି l

Leave a Reply

Your email address will not be published.

Back to top button