ପିଲା ଚୋରିର ପର୍ଦ୍ଦାଫାସ

Spread the love

କଟକ: ପିଲା ଅଦଳବଦଳ ଘଟଣାରେ ନୂଆ ମୋଡ଼। ପିଲା ଚୋରି ଘଟଣାର ସତ ମାନିଲେ ଦମ୍ପତ୍ତି। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଅଦଳବଦଳ ବାହାନା କରିଥିଲେ ଛୁଆ ନେଇଯାଇଥିବା ଦମ୍ପତି। କଟକ ଏସସିବି ଆସି କହିଥିଲେ କି ଆମର ପୁଅ ସନ୍ତାନ ନେବା ବଦଳରେ ଆମେ ଆଉ ଜଣଙ୍କ ଝିଅ ସନ୍ତାନ ନେଇଯାଇଛୁ। ଅଦଳବଦଳ ନାଟକ ରଚିଥିବା ମହିଳା ଓ ତାଙ୍କ ସ୍ଵାମୀ ସତ କଥା ସ୍ବୀକାର କରିଛନ୍ତି। ସେ ଗତ ଆଠ ଦିନ ଧରି ମେଡିକାଲ ସ୍ତ୍ରୀ ପ୍ରସୂତି ବିଭାଗକୁ ଆସୁଥିଲା। ହେଲେ ସେ କେବେ ହେଲେ ଏଠାରେ ଆଡ଼ମିଶନ ହୋଇନାହିଁ। କି ଏଠାରେ ପୁତ୍ର ସନ୍ତାନ ଜନ୍ମ କରିନାହିଁ। ଏସସିବି ପକ୍ଷରୁ ଘଟଣା ବିଷୟରେ ତଦନ୍ତ ଜାରି ରହିଛି। ଏହି ଘଟଣାରେ ଆଉ କିଛି ଲୋକଙ୍କ ସଂପୃକ୍ତି ଥାଇପାରେ ପୋଲି ଅନୁମାନ କରାଯାଉଥିବାବେଳେ କଟକ ପ୍ରତାପନଗରୀ ଅଞ୍ଚଳର ଏହି ଦମ୍ପତିଙ୍କୁ ଏବେ ପୋଲିସ ଅଟକ ରଖିଛି। ଏସସିବି ପ୍ରଶାସନିକ ଅଧିକାରୀ କହିଛନ୍ତି ଏହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *