ଯାଜପୁର ବିରଜା ମନ୍ଦିରର ଉନ୍ନତିକରଣ ସମେତ ବିଭିନ୍ନ ସମସ୍ୟା ନେଇ ଯାଜପୁର ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହେଲେ ବିରଜା ବାହିନୀ। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଦର୍ଶନ ପାଇଁ ପ୍ରତ୍ୟକ ଦିନ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ଆସୁଛନ୍ତି । ଭକ୍ତଙ୍କ ଉଦେଶ୍ୟରେରେ ୧ ରୁ ୨ କିଲୋମିଟର ଭିତରେ ଗେଟ ନିର୍ମାଣ କରିବାକରିବାକୁ ଦାବି କରିଛନ୍ତି । ବିରଜା ମନ୍ଦିର ନିକଟରେ ଥିବା ବ୍ରହ୍ମକୁଣ୍ଡ ସଫେଇ କରିବା, ଅଠରନଳାର ପୂର୍ଣ୍ଣଉଦ୍ଧାର,ସଫେଇ କରିବା ସହ ବିରଜା ମନ୍ଦିର ଭିତରେ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ପଢିଥିବାକପ ତୁରନ୍ତ କାର୍ଯ୍ୟ କରାଯାଉ ନେଇ ଯାଜପୁର ବିରଜା ବାହିନୀ ପକ୍ଷରୁ ଦାବି କରାଯାଇଛି । ଏନେଇ ସନ୍ତୋଷ ବେହେରାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଯାଜପୁର ଜ଼ିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ । ୧୦ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟରେ ଧାରଣା ଦିଆଯିବା ନେଇ ବିରଜା ବାହିନୀ ପକ୍ଷରୁ ଚେତବନୀ ଦିଆଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now