ହୋଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

Spread the love

ଭୁବନେଶ୍ୱର : ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଥିବା ଏକ ହୋଟେଲ୍‌ରେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବତୀ ଜଣଙ୍କର ଘର ପୁରୀ ବୋଲି ସୂଚନା । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।

ହୋଟେଲରେ ଲାଗିଥିବା ସିସିଟିଭି ଫୁଟେଜ ସହ ପୋଲିସ ପକ୍ଷରୁ ରେଜିଷ୍ଟରକୁ ମଧ୍ୟ ଯାଞ୍ଚ କରାଯାଇଛି । ଯୁବତୀ ଜଣଙ୍କ କମ୍ପାନୀ କାମରେ ନିଜର ସହକର୍ମୀଙ୍କ ସହ ଭୁବନେଶ୍ୱର ଆସିଥିଲେ । ହୋଟେଲର ଗୋଟିଏ ରୁମରେ ଯୁବତୀ ତାଙ୍କ ସହକର୍ମୀ ରହିଥିଲେ । ଆଜି ସକାଳେ ହୋଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଏନେଇ ମୃତ ଯୁବତୀଙ୍କ ସହକର୍ମୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *