Angulଅପରାଧ

ପାଳଲହଡା ବତିସୁଆଁ ପଞ୍ଚାୟତରେ ଅଭାବନୀୟ ଘଟଣା, ନାତିର ଠେଙ୍ଗା ମାଡ଼ରେ ଅଜା ମୃତ

ଅନଗୁଳ : ଅନଗୁଳ ଜିଲ୍ଲା ପାଲହଡା ବ୍ଲକ ବତିସୁଆଁ ପଞ୍ଚାୟତ ଅନ୍ତର୍ଗତ ହାତୀମୁଣ୍ଡ ଗାଁ ଗତକାଲି ରାତିରେ ଘଟିଛି ଏକ ଅଭାବନୀୟ ଘଟଣା । ନାତିର ଠେଙ୍ଗା ମାଡ଼ରେ ଅଜାର ମୃତ୍ୟୁ ଘଟିଥିବା ଘଟଣା ସ୍ଥାନିୟ ଆଞ୍ଚଳରେ ଚାଞ୍ଚଲ୍ୟ ଶୃଷ୍ଟି କରିଛି । ଅଭିଯୁକ୍ତ ନାତି ସମତେ ଆଉଜଣଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ ।

ସୂଚନା ଅନୁସାରେ ବତିସୁଆଁ ପଞ୍ଚାୟତ ହାତୀମୁଣ୍ଡ ଗାଁର ଧନୁରାମ ମହାକୁଡ଼, ଦୀର୍ଘ ବର୍ଷ ହେଲା ସେହି ଗାଁରେ ନିଜର ପୁଅ ବୋହୁ ଓ ନାତି ଓ ନାତୁଣୀ ବୋହୁ ସହିତ ରହି ଆସୁଥିଲା । ଗତ କିଛି ଦିନ ଧରି ନାତି ନବୀନ ମହାକୁଡ ପରିବାରକ ଗଣ୍ଡୋଗଳକୁ ନେଇ ଅଲଗା ରହି ଆସୁଥିଲେ । ଗତକାଲି କୌଣସି କରଣକୁ ନେଇ ଉଭୟ ଅଜା ଓ ନାତି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ନାତି ନବୀନ ମହାକୁଡ଼ ରାଗି ଯାଇ ଏକ ଠେଙ୍ଗା ସାହାଯ୍ୟ ରେ ଧନୁରାମ କୁ ବାଡ଼ଇ ଥିଲା । ଫଳ ରେ ଷାଠିଏ ବର୍ଷୀୟ ବୃଦ୍ଧ ଧନୁରାମ ମୃତ୍ୟୁ ବରଣ କରିଥିଲେ । ଗାଁ ଲୋକଙ୍କ ସହାୟତା ରେ ପାଲଲହଡା ପୋଲିସ ଖବର ପାଇ ଆଜି ସକାଳୁ ଘଟଣା ସ୍ଥଳ ରେ ପହଞ୍ଚି ଥିଲା । ପୋଲିସ ହତ୍ୟା ଅଭିଯୁକ୍ତ ନାତି ନବୀନ ମହାକୁଡ଼କୁ ଘଟଣା ସ୍ଥଳ ରୁ ଗିରଫ  କରିବା ସହ  ଆଉ ଜଣେ ତାଙ୍କ ସମ୍ପର୍କୀୟ ଜ୍ୱାଇଁ କୁ ଥାନା କୁ ଆଣି ଅଟକ ରଖିଥବା ଜଣା ପଡ଼ିଛ । ପୋଲିସ ଘଟଣା ସ୍ଥଳ ରୁ ହତ୍ୟାରେ ବ୍ୟବହାର ହୋଇ ଥିବା ଠେଙ୍ଗାକୁ ମଧ୍ୟ ଜବତ କରିଛି । ତେବେ ପୋଲିସ ଧନୁରାମ ର ମୃତ ଦେହ କୁ ପାଲଲହଡା ଡାକ୍ତରଖାନା କୁ ଆଣି ଶବ ବ୍ୟବଚ୍ଛେଦ କରି ଅଧିକ ତଦନ୍ତ କରୁ ଥିବା ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଛି ।

ଅଭିଯୁକ୍ତ ନବୀନ ମହାକୁଡ଼ ସିଧାସଳଖ ହତ୍ୟା କରିଥିବା ସ୍ୱୀକାର କରିଥିବା ବେଳେ କହିଛି କି ତାର ସ୍ତ୍ରୀ କୁ ଅନେକ ଥର ଦୁର୍ଭାଵ୍ୟବାର କରୁଥିବାରୁ ହତ୍ୟା କରିଥିବା ପ୍ରକାଶ କରିଛି । ଅନ୍ୟ ପକ୍ଷ ରେ ତାର ସ୍ତ୍ରୀ ମଧ୍ୟ ସମାନ ଅଭିଯୋଗ କରିଛି । ତେବେ ପୋଲିସ ପକ୍ଷରୁ ତଦନ୍ତ ପରେ  ହତ୍ୟା କାଣ୍ଡ ର ସତ୍ୟାସତ୍ୟ ଜଣା ପଡିବ ବୋଲି ପୋଲିସ କହିଛି ।

Related Articles

Leave a Reply

Your email address will not be published.

Back to top button