ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଓଡ଼ିଶାର ୧୦ଟି ଜିଲ୍ଲାରେ ନାରୀ ଅଦାଲତ ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ରହିଥିବା ବେଳେ ୧୦ଟି ଜିଲ୍ଲାର ବରିଷ୍ଠ ଅଧିକାରୀ ଆଭାସୀ ମାଧ୍ୟମରେ ଉପସ୍ଥିତ ରହିଥିଲେ। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଅନ୍ତର୍ଗତ ଶିଶୁ କନ୍ୟା ସପ୍ତାହ ପାଳନର ଶୁଭାରମ୍ଭ। ଯାଜପୁରରେ ନବ ନିର୍ମିତ ଉତ୍କଳ ବାଳାଶ୍ରମ ଓ ଆଧୁନିକ ରୋଷେଇ ବ୍ୟବସ୍ଥାର ଉଦଘାଟନ,ଖୋର୍ଦ୍ଧା ଏବଂ ଗଜପତିରେ ସମନ୍ୱିତ ବତ୍ସଲ୍ୟ ସଦନର ଭିତ୍ତିପ୍ରସ୍ତର ସ୍ଥାପନ, ପୁରୀର ଉତ୍କଳ ବାଳାଶ୍ରମରେ ଆଧୁନିକ ରୋଷଇ ବ୍ୟବସ୍ଥାର ଉଦଘାଟନ, ମହିଳା ଙ୍କ ସୁରକ୍ଷା ଓ ସଂମ୍ମାନ ପାଇଁ ସର୍ବପରି ୧୦ଟି ଆକାଂକ୍ଷୀ ଜିଲ୍ଲାରେ ସଚେତନତା, ନ୍ୟାୟ ଓ ସମାଧାନର ବିକଳ୍ପ ମଞ୍ଚ ନାରୀ ଅଦାଲତର ଶୁଭାରମ୍ଭ କରାଯାଇଥିଲା। ମହିଳା ଓ ଶିଶୁଙ୍କ ବିକାଶ ଦିଗରେ ଓଡିଶା ସରକାରଙ୍କ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now