ଅପରାଧ

ଦୁର୍ବୃତ୍ତଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଥିଲେ ଢେଙ୍କାନାଳ ଉପଜିଲ୍ଲାପାଳ, ୮ ଜଣଙ୍କୁ ବାନ୍ଧିଛି ପୁଲିସ

ସୋମବାର ବିଳମ୍ୱିତ ରାତିରେ ମାଙ୍କଡ଼ା ପଥର ଖଣିରେ ଚଢାଉକୁ ବିରୋଧ କରି ଦୁର୍ବୃତ୍ତଙ୍କ ଆକ୍ରମଣ। ଆକ୍ରମଣରେ ଲହୁଲୁହାଣ ହୋଇଥିଲେ ଢେଙ୍କାନାଳ ଉପଜିଲ୍ଲାପାଳଙ୍କ ସମେତ ୪ ସରକାରୀ କର୍ମଚାରୀ। ଓଡ଼ାପଡ଼ା ତହସିଲ ଅନ୍ତର୍ଗତ ଇନ୍ଦିପୁର ଗାଁରେ ଥିବା ଗୁଣ୍ଡୁରାପଶି ମାଙ୍କଡ଼ା ପଥର ଖଣିରେ ଚଢାଉ କରିଥିଲେ ଉପ-ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ। ତେବେ ସେମାନଙ୍କ ଉପରେ ଅତର୍କିତ ସଂଘବଦ୍ଧ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ। ଏପରିକି ଅଧିକାରୀମାନେ ବ୍ୟବହାର କରିଥିବା ଗାଡ଼ିକୁ ବି ଭଙ୍ଗାରୁଜା କରିଥିଲେ। ଢେଙ୍କାନାଳ ସଦର ଥାନାରେ ଏ ନେଇ ଏତଲା ପରେ ପୁଲିସ ବିଭିନ୍ନ କଡ଼ା ଦଫା ଲଗାଇବା ସହ ଆର୍ମସ ଆକ୍ଟରେ ମାମଲା ରୁଜୁ କରି ୮ ଜଣଙ୍କୁ ବାନ୍ଧିଛି। ଆଗକୁ ବି ଗିରଫଦାରି ବଢିବ। ଖଣି ମାଫିଆଙ୍କ ଦୌରାତ୍ମ୍ୟକୁ ଲଗାମ ଲଗାଇବାକୁ ପଛାଇବନି ପ୍ରଶାସନ ବୋଲି କହିଛନ୍ତି ଜିଲ୍ଲାପାଳ।

ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କୁ ଆକ୍ରମଣ ପଛରେ ୧୨ ରୁ ୧୪ ଜଣ ଥିବା ଅଭିଯୋଗ ହୋଇଛି। ତଦନ୍ତ ଜାରି ରହିଛି। ଯେଉଁମାନେ ବି ଏଥିରେ ସାମିଲ ଥିବେ, ସମସ୍ତଙ୍କ ବିରୁଦ୍ଧରେ ଆଇନ ଅନୁସାରେ ଆକ୍ସନ ହେବ।

ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ରୋକିବାକୁ ପ୍ରଶାସନ ଚଢାଉ କରିଥିଲା। ହେଲେ ଦୁର୍ବୃତ୍ତ ରକ୍ତମୁଖା ହୋଇ ଯେଭଳି ଆକ୍ରମଣ କଲେ, ତାକୁ ସବୁ ସ୍ତରରେ ନିନ୍ଦା କରାଯାଉଛି। ଆଗରୁ ଏମିତି ଅନେକ ଘଟଣାର ନଜିର ବି ରହିଛି। ପ୍ରଶାସନିକ ଅଧିକାରୀଙ୍କ ମନୋବଳ ଭାଙ୍ଗିବାକୁ ଚକ୍ରାନ୍ତ ସହ ଆକ୍ରମଣ କରିଛନ୍ତି ମାଫିଆ।

Related Articles

Leave a Reply

Your email address will not be published.

Back to top button