ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଷଷ୍ଠ ଦିନ ଥିଲା ଅତି ରୋମାଂଚଭରା । ଗୋପପୁରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ରାସଲୀଳା ଚାଲିଥିଲା। ଗୋପୀମାନେ ଯମୁନା ପାର ହୋଇ ମଥୁରାକୁ ଦହି ବିକିବାକୁ ୟିବା ବେଳେ ଗୋପୀ ଓ ରାଧାଙ୍କ ସହ ନଟଖଟିଆ କାହ୍ନୁ ନୃତ୍ୟଗୀତରେ ବେଶ ମସଗୁଲ ହୋଇ ଯାଇଥିଲେ । କେତେବେଳେ ରାଧା ଙ୍କ ଠାରୁ ଦୂରେଇ ଯାଉଛନ୍ତି ତ କେତେବେଳେ ରାଧାଙ୍କୁ କରୁଛନ୍ତି ପ୍ରେମ ନିବେଦନ । ଦିନେ ଯମୁନା ନଈରେ ଗୋପୀ ମାନେ ବିବସନ ହୋଇ ସ୍ନାନ କରୁଥିବା ବେଳେ ସେମାନଙ୍କ ବସ୍ତ୍ରହରଣ କରିଛନ୍ତି ନଟବର କୃଷ୍ଣ । ପରେ ଗୋପୀମାନେ ବହୁ କାକୁତି ମିନତି ହୋଇ କୃଷ୍ଣଙ୍କୁ ନିବେଦନ କରିବା ପରେ ସେ ଗୋପୀଙ୍କ ବସ୍ତ୍ର ଫେରାଇ ଦେଇଦେବା ସହ ଏପରି ନକରିବାକୁ ଉପଦେଶ ଦେଇଥିଲୋ। ତେବେ ଗୋପପୁର ଲୀଳା ଦେଖିବାକୁ ବହୁ ଲୋକଙ୍କ ଜନସମାଗମ ସହ ସମସ୍ତେ କୃଷ୍ଣ ପ୍ରେମରେ ମଜ୍ଜି ଯାଇଛନ୍ତି । ତେବେ ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ ରାଧା କୃଷ୍ଣଙ୍କ ପ୍ରେମରେ ବିମୋହିତ ହୋଇ ପଡ଼ିଥିଲେ।
ସେପଟେ ମଥୁରା ନରେଶ ମହାରାଜ କଂସଙ୍କୁ ଦୈବବାଣୀ ବିବ୍ରତ କରି ପକାଉଛି । ଭଣଜା କୃଷ୍ଣଙ୍କୁ ମାରିବା ପାଇଁ ରଚିଛନ୍ତି ଷଢ଼ଯନ୍ତ୍ର ଏବଂ ଆୟୋଜନ କରିଛନ୍ତି ରଂଗସଭା । ଏହି ରଂଗସଭାରେ ମହାରାଜଙ୍କ ନିମନ୍ତ୍ରଣ ପାଇ ମିତ୍ରପକ୍ଷ ରାଜ୍ୟର ବହୁ ରାଜା ମଥୁରା ରାଜଦରବାରକୁ ଆସିଛନ୍ତି । କଂସଙ୍କୁ ଆଶ୍ୱାସନା ଦେଇ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ ଗୋପପୁର ଅଭିମୁଖେ ବାହାରି ପଡ଼ିଛନ୍ତି । ଏହି ଖୁସିରେ ରାଜ୍ୟ ବାହାରର କଳାକାରଙ୍କ ଦ୍ଵାରା ନୃତ୍ୟ ଗୀତର ଆୟୋଜନ କରିଛନ୍ତି ମହାରାଜ କଂସ।
ଧନୁଯାତ୍ରାର ସପ୍ତମ ଦିନରେ ଗୋପପୁର ରେ ରାଧା କୃଷ୍ଣଙ୍କ ନାବକେଲି ଏବଂ ମଥୁରାରେ ଧନୁଯାତ୍ରା ପାଇଁ କୃଷ୍ଣବଳରାମଙ୍କୁ ଧରି ଆସିବା ପାଇଁ ନନ୍ଦରାଜାଙ୍କ ଉଦ୍ଦେଶ୍ୟରେ ମହାରାଜ କଂସଙ୍କ ଚିଟାଉ ପ୍ରସ୍ତୁତ , ଚିଟାଉ ନେଇ ମନ୍ତ୍ରୀ ଅକୃରଙ୍କ ଗୋପପୁର ଗମନ ପରୀ ଦୃଶ୍ୟ ଅଭିନୀତ ହେବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now