ଧନୁଯାତ୍ରା କଳାକାର ଚୟନ ପାଇଁ କଳାକାରଙ୍କ ଭିଡ

Spread the love

ବରଗଡ: ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ  ବିଧି ବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଧନୁଯାତ୍ରା ମହା ନାଟକର ବିଭିନ୍ନ ଚରିତ୍ରରେ ଅଭିନୟ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କଳାକାରଙ୍କ ଆବେଦନ ପତ୍ର ଗ୍ରହଣ କରାଯାଉଛି । ଏହାକୁ ନେଇ ଜିଲ୍ଲା ତଥା ଜିଲ୍ଲା ବାହାରର ବହୁ ନୂଆ ପୁରୁଣା କଳାକାରଙ୍କ ସମାଗମ ଦେଖିବାକୁ ମିଳିଛି।

ବରଗଡ଼ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାରେ କଳାକାର ଚୟନ ପାଇଁ  ବିଜ୍ଞପ୍ତି ଜାରି ହୋଇସାରିଛି। ତେବେ ୨୨ତାରିଖରୁ ଆବେଦନ କରୁଛନ୍ତି ବିଭିନ୍ନ ବର୍ଗର କଳାକାର। ଯାତ୍ରାର କଂସ, ମହାମନ୍ତ୍ରୀ,ସେନାପତି, ଚାଣ୍ଡୁର,ମୁଷ୍ଟିକ, ସାତ୍ତକି, ଅକୁର, ଭଗ୍ରସେନ, ବସୁଦେବ, ଦେବକୀ, ନାରଦ ଆଦି ଭୂମିକାରେ ଅଭିନୟ ପାଇଁ କଳାକାର ଚୟନ ହେବ। ଯାହାକୁ ନେଇ କଳାକାର ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆବେଦନ ପତ୍ର ଦାଖଲ କରିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରର ବହୁ ନୂଆ ପୁରୁଣା କଳାକାରଙ୍କ ସମାଗମ ଦେଖିବାକୁ ମିଳିଛି।

ଚଳିତ ବର୍ଷ ବରଗଡ଼ ଧନୁଯାତ୍ରାର ୭୫ ବର୍ଷ ପୂର୍ତ୍ତି ଅବସରରେ ଉଚ୍ଚକୋଟୀର ଅଭିନେତା ଖୋଜୁଛି ଧନୁଯାତ୍ରା କମିଟି। ଏଥିପାଇଁ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ କଳାକାରଙ୍କ ଆବେଦନ ପତ୍ର ଗ୍ରହଣ କରାଯିବ ଏବଂ ନଭେମ୍ବର ୧୦ତାରିଖ ସୁଦ୍ଧା ଫଳାଫଳ ଘୋଷଣା କରାଯିବ । ତେବେ ବର୍ତ୍ତମାନ ସୁଦ୍ଧା କଂସ ପାଇଁ ୨୦ଜଣ, ମହାମନ୍ତ୍ରୀ ପାଇଁ ୩ଜଣ, ସାତକି ପାଇ ୪ଜଣ, ଚାନୁର ମୁଷ୍ଟିକ ପାଇ ୭ଜଣ,ଅକ୍ରୁର ପାଇ ୪ଜଣ, ବସୁଦେବ ପାଇ ୩ଜଣ,ନାରଦ ପାଇଁ ୪ଜଣ,ଉଗ୍ରସେନ ପାଇ ୩ଜଣ ଓ ଦେବକୀ ପାଇ ଜଣେ କଳାକାର ଆବେଦନ କରିଛନ୍ତି । କଳାକାରଙ୍କ ଏପରି ସମାଗମ ଏବେଠାରୁ ଧନୁଯାତ୍ରାର ଭ୍ରମ ସୃଷ୍ଟି କରୁଛି ।

ଧ୍ରୃବ କର୍ମୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *