୨୩ରେ ଆଗୁଆ ନିର୍ବାଚନ!

Spread the love

()୨୦୨୩ ରାଜ୍ୟ ରାଜନୀତିରେ ଅନେକ ଗୁରୁତ୍ୱ ରଖୁଛି । ରାଜ୍ୟର ୩ ପ୍ରମୁଖ ଦଳ ପାଇଁ ଏହା ଏକ ଚ୍ୟାଲେଞ୍ଜର ବର୍ଷ ହେବାକୁ ଯାଉଛି । କାରଣ ଆଗୁଆ ନିର୍ବାଚନ ସମ୍ଭାବନା ଥିବାରୁ ସବୁ ଦଳ ସଂଗଠନ ସଜାଡ଼ିବାକୁ ଲାଗି ପଡିଛନ୍ତି। ତେବେ ୬ ଥର ଜିତି ମୁଖ୍ୟମନ୍ତ୍ରୀ ଭାବେ ନବୀନ ରେକର୍ଡ କରିବାକୁ ବିଜେଡି ଫୁଲ ତୈୟାର। ସେପଟେ ବିରୋଧି ବିଜେଡ଼ିକୁ ଚେକମେଣ୍ଟ ଦେବାକୁ ପ୍ରସ୍ତୁତ କରିଛନ୍ତି ଖସଡ଼ା ।

୨୩ରେ ଆଗୁଆ ନିର୍ବାଚନ ସମ୍ଭାବନା। ତେଣୁ ନୂଆବର୍ଷ ରାଜନୈତିକ ଦୃଷ୍ଟି କୋଣରୁ ମଧ୍ୟ ନୂଆ ଆହ୍ବାନ ନେଇ ଆସୁଛି। ବିଶେଷ କରି ବିଜେଡିକୁ ଚେକ ଦେବା ବିରୋଧୀଙ୍କ ପାଇଁ ବଡ଼ ଚାଲେଞ୍ଜ। ନିରଙ୍କୁଶ ଭାବେ ୨୨ ବର୍ଷ ଧରି ଶାସନ କରୁଥିବା ବିଜେଡି ପାଇଁ ବର୍ଷ ୨୦୨୩ ବେଶ୍ ଗୁରୁତ୍ୱ ପୂର୍ଣ୍ଣ । କାରଣ ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାବେଳେ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢୁଛି। ଦଳୀୟ ଅନ୍ତଃକନ୍ଦଳକୁ ପ୍ରଶମିତ କରି ଦଳ ମ୍ୟାନେଜମେଣ୍ଟ ବଡ଼ ଟାସ୍କ ସାଜିବ। କାରଣ ଧାମନଗର ପରାଜୟର ପୁନରାବୃତ୍ତି କିଭଳି ନ ହେବ, ସେଥିଲାଗି ଜଗିବ ବିଜେଡି। ଆଉ ବିଜେଡିକୁ ଟକ୍କର ଦେବାକୁ ମୋଦିଙ୍କ ଲୋକାଭିମୁଖୀ ଯୋଜନା ବିଜେପିର ଅମୋଘ ଅସ୍ତ୍ର ସାଜିବ । କିନ୍ତୁ ବିଜେଡ଼ି ସହ ମଧୁର ଓ ତିକ୍ତ ସମ୍ପର୍କର ଫେଣ୍ଟାଫେଣ୍ଟି ଅଧ୍ୟାୟରେ ତୃଣମୂଳକର୍ମୀଙ୍କୁ ସ୍ପଷ୍ଟ ବାର୍ତ୍ତା ଯିବା ଦରକାର। ଓଡ଼ିଶାରେ ଦଳର କମାଣ୍ଡ କାହା ହାତରେ ରହିବ, ସେ ଅଡ଼ୁଆ ସୂତାକୁ ହଟାଇବାକୁ ପଡ଼ିବ। ଆଉ ନେତୃତ୍ୱ କନ୍ଦଳ ଲାଗି ସବୁବେଳେ ଚର୍ଚ୍ଚାରେ ଥିବା  ଓଡ଼ିଶା କଂଗ୍ରେସକୁ ଗୃହଯୁଦ୍ଧର ଅବସାନ କରିବାକୁ ପଡ଼ିବ। ଭାରତ ଯୋଡ଼ ଯାତ୍ରାର ସଫଳତାକୁ ଆଧାର କରି ଦଳ ୯ରୁ ୯୦ ସ୍ୱପ୍ନକୁ ସାକାର କରିବାକୁ ପଡ଼ିବ।

ତେବେ ୨୦୨୩ ତିନି ଦଳ ପାଇଁ ବେଶ ଗୁରୁତ୍ୱ ପୁର୍ଣ୍ଣ ରହିବ ବୋଲି କହିଛନ୍ତି ରାଜନୈତିକ ବିଶେଷଜ୍ଞ । କାରଣ ଯଦି ଆଗୁଆ ନିର୍ବାଚନ ହୁଏ ତାହେଲେ ଏହି ବର୍ଷ ହେବାର ସମ୍ଭାବନା ରହିଛି । ବିଶେଷ କରି କ୍ରମାଗତ ଷଷ୍ଠ ଥର କ୍ଷମତା ଚୌକି ହାତେଇବାକୁ ବିଜେଡିର ଲକ୍ଷ୍ୟ ରହିଛି। ଆଉ ବିଜେପିର ମିଶନ ୧୨୦କୁ କଂଗ୍ରେସର ୯ରୁ ୯୦ ମିଶନ। ଆଗୁଆ ନିର୍ବାଚନ ହେବାର ଅନେକ ନଜିର ଥିବାରୁ ବର୍ଷ ୨୩ ହିଁ ଅଗ୍ନୀପରୀକ୍ଷା ସଦୃଶ ହେବ। ୨୨ରେ କାହାର ପଲ୍ଲା ଭାରି ହେବ ଓ କିଏ ଖସିବ, ତାକୁ ନେଇ ବି ଅବଗଣନା ଆରମ୍ଭ ହୋଇଛି ଜ୍ୟୋତିର୍ବିଦଙ୍କ ମହଲରେ।

୨୨ ଆରମ୍ଭରୁ ଅନେକ ପ୍ରସଙ୍ଗରେ ହଲ୍ଲାପଟ୍ଟା କରିଥିବା ସତ୍ତ୍ୱେ ପଞ୍ଚାୟତ ଓ ପୌର ନିର୍ବାଚନରେ ନବୀନଙ୍କ ଚମକ ଓ ବିଜେଡିର ବିଜୟରଥକୁ ଧାମନଗରରେ ଅଟକାଇବାରେ ସକ୍ଷମ ବିଜେପିକୁ ପୁଣି ହରାଇ ସୁଧମୂଳ ସହ ପଦ୍ମପୁରରେ ଆଦାୟ କରିଦେଇଥିଲା ବିଜେଡି। ଆଉ ସବୁଠି ନିରାଶା ପ୍ରଦର୍ଶନ ଯେମିତି କଂଗ୍ରେସର ମାପକାଠି ସାଜିଥିଲା ୨୨ରେ।  

ନବ କିଶୋର ସାହୁ

Leave a Reply

Your email address will not be published. Required fields are marked *