ଧନୁଯାତ୍ରା କଳାକାର ଚୟନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

Spread the love

ବରଗଡ: ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ପାଇଁ କଳାକାର ଚୟନ ହେବ। ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ଚରିତ୍ର ପାଇଁ କଳାକାର ଚୟନ ହେବାକୁ ଯାଉଥିବାରୁ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। 

ମୁଖ୍ୟତଃ ମହାରାଜା କଂସ, ମହାମନ୍ତ୍ରୀ, ସେନାପତି, ଚାଣୁର, ଉଗ୍ରସେନ, ଦେବକୀ, ବସୁଦେବ, ନାରଦ, ମୁଷ୍ଟିକ, ସାତ୍ତିକୀ, ଅକ୍ରୁରର ପରି ଭୂମିକା ପାଇଁ କଳାକାର ବଛାଯିବ। ଆସନ୍ତା ଚଳିତ ମାସର ୨୨ ତାରିଖରୁ ୩୧ ତାରିଖ ଭିତରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଆବେଦନ କରିପାରିବେ। କଳାକାରମାନେ ନିର୍ଦ୍ଧାରିତ ଫର୍ମ ତଥା ଇମେଲ ମାଧ୍ୟମରେ ଆବେଦନ କରିପାରିବେ। ଏଥିସହ ଜଣେ ଦୁଇଟି ଚରିତ୍ର ପାଇଁ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

  କଂସ ଭୂମିକା ପାଇଁ କଳାକାରଙ୍କ ବୟସ ୧୮ରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକତା ରହିଛି। କଳାକାରଙ୍କ ଅଡିସନ କାଳରେ ଯିବା ଆସିବା ଖର୍ଚ୍ଚ କଳାକାରଙ୍କୁ ହିଁ ବହନ କରିବାକୁ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Leave a Reply

Your email address will not be published. Required fields are marked *