ହୀରକ ଜୟନ୍ତୀ ଅବସରରେ ମନ୍ତ୍ରୀ ଯୋଗ ଦେଇ ବିଦ୍ୟାଳୟର ମାନ ବୃଦ୍ଧି କରିବା ସହିତ ଗ୍ରାମାଞ୍ଚଳର ସ୍କୁଲ ଗୁଡିକୁ ସ୍ମାର୍ଟ ସ୍କୁଲ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ମନ୍ତ୍ରୀ। ଆଜି ରାଜକନିକା ବ୍ଲକର ବରାଡିଆ ନୋଡାଲ ସ୍କୁଲ ର ପଚାଶ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍କୁଲ ହୀରକ ଜୟନୀ ପାଳୁଥିବା ବେଳେ ରାଜ୍ୟ ସରକାରଙ୍କ ଖାଉଟି କଲ୍ୟାଣ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ। ବରାଡିଆ ସ୍କୁଲ କୁ କେମିତି ଆହୁରି ସରସ ସୁନ୍ଦର କରିହେବ ତାହା ପଦକ୍ଷେପ ନେବା ସହିତ ଗ୍ରାମାଞ୍ଚର ର ସମସ୍ତ ସ୍କୁଲ ଗୁଡିକୁ ସ୍ମାର୍ଟ ସ୍କୁଲ ରୂପେ ନେବେ ତାହା ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ତେବେ ଏହି ହୀରକ ଜୟନ୍ତୀରେ ପୁରାତନ ଛାତ୍ର ଛାତ୍ରୀ, ପୁରାତନ ଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକ ଓ ସ୍କୁଲ ପିଲାଙ୍କ ସହିତ ଅଂଚଳର ସମସ୍ତ ବର୍ଗର ଲୋକେ ଉପସ୍ଥିତ ଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now