ସିଦ୍ଧମହାବୀର ରେଳ ଓଭର ବ୍ରିଜ ନିର୍ମାଣରେ ଦ୍ଵନ୍ଦ୍ୱ

Spread the love

ପୁରୀ: ପୁରୀର ବହୁ ପ୍ରତିକ୍ଷୀତ ସିଦ୍ଧମହାବୀର ରେଳ ଓଭର ବ୍ରିଜ ନିର୍ମାଣ ନେଇ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଏବେ ଦ୍ଵନ୍ଦ୍ୱ ଉପୁଜିଛି।‌ ଅନେକ ଗୁଡ଼ିଏ ଜମିର ମାଲିକାନା ଶ୍ରୀମନ୍ଦିର ପ୍ରଶାସନ ରହିଥିବାରୁ  ସେଠାରେ ବସବାସ କରୁଥିବା ଅଧିବାସୀ ମାନେ ଉପଯୁକ୍ତ କ୍ଷତିପୂରଣ ପାଇଁ ଦାବି କରିବା ସହ ରାଜ୍ୟ ସରକାର ଏ ଦିଗରେ ବିହିତ ପଦକ୍ଷେପ ନିଅନ୍ତୁ ବୋଲି ଜମି ସମସ୍ୟା ସମାଧାନ ମଞ୍ଚ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ROR ସଂଶୋଧିତ ହୋଇନଥିବାରୁ ସମସ୍ୟା ଦେଖାଯାଇଛି।

ପୁରୀର ବହୁ ପ୍ରତିକ୍ଷୀତ ସିଦ୍ଧମହାବୀର ରେଳ ଓଭର ବ୍ରିଜ ନିର୍ମାଣ ନେଇ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ଅଡୁଆ ବଢିବାରେ ଲାଗିଛି। ଅନେକ ଗୁଡ଼ିଏ ଜମିର ମାଲିକାନା ଶ୍ରୀମନ୍ଦିର ପ୍ରଶାସନ ରହିଥିବାରୁ  ସେଠାରେ ବସବାସ କରୁଥିବା ଅଧିବାସୀ ମାନେ ଉପଯୁକ୍ତ କ୍ଷତିପୂରଣ ପାଇଁ ଦାବି କରିଛନ୍ତି। ଜଗନ୍ନାଥ ମନ୍ଦିର ନାଁରେ ଲୋକଙ୍କ ଅଧିକାର ଛଡ଼ାଇନିଅନି ବୋଲି ଦାବି ଦୋହରାଇଛନ୍ତି। ମଠ ମନ୍ଦିର ଜମିରେ ଆମକୁ ପଟ୍ଟା ଦିଅ ବୋଲି କହିଛନ୍ତି। ମାଟିଆପଡ଼ା କ୍ଷତିଗ୍ରସ୍ତ ପ୍ରଜା ମିଳିତ ହୋଇ ପ୍ରତିବାଦ ରାଲି କରିଛନ୍ତି। ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ। ଜମି ସମସ୍ୟା ସମାଧାନ ମଞ୍ଚ ବ୍ୟାନରରେ ପ୍ରଶାସନ ପାଖରେ ଆପତ୍ତି ଅଭିଯୋଗକୁ ରଖିଛନ୍ତି। ପ୍ରଶାସନ କଥା ନଶୁଣିଲେ ଆଗକୁ ଦୁର୍ବାର ଆନ୍ଦୋଳନ ହେବ ବୋଲି ଚେତାଇ ଦେଇଛନ୍ତି।

ଏପରି ସମସ୍ୟାକୁ ନେଇ ରେଳ ଓଭର ବ୍ରିଜ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଶିଥିଳତା ଦେଖାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ବିସ୍ଥାପିତଙ୍କ ସହ ଆଲୋଚନା ଜାରି ରହିଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ। ଜମି ମାଲିକାନା ସତ୍ତ୍ୱକୁ ନେଇ ସମସ୍ୟା ରହିଥିବା ବେଳେ ବୈଧାନିକ ଦୃଷ୍ଟି କୋଣରୁ ROR ଅନୁଯାୟୀ ଜମି ବାବଦ କ୍ଷତିପୂରଣ ପ୍ରଦାନ କରାଯିବ।

୪ ଦଫା ଦାବିରେ ଅଡ଼ି ବସିଛନ୍ତି ମାଟିଆପଡ଼ା ବିସ୍ଥାପିତ। ସେପଟେ ପ୍ରଶାସନ କହୁଛି, ରେକର୍ଡ ସଂଶୋଧନ ହୋଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। କାରଣ ରେଳ ଓଭରବ୍ରିଜ୍‌ ପାଇଁ ପୁରୀ ତହସିଲ ଅଧୀନ ତିନୋଟି ମୌଜାର ୨.୪୭ ଏକର ଜମି ଅଧିଗ୍ରହଣ ହେବାକୁ ଥିବାବେଳେ ୧.୫୯ ଏକର ଜମି ଅଧିଗ୍ରହଣ ଶେଷ ହୋଇଛି।

ପିଣ୍ଟୁ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *