ଓଡ଼ିଶାମୁହା ଛତିଶଗଡ଼ର ହାତୀପଲ

ନବଜାତ ହାତୀ ଛୁଆ ପାଇଁ ୫ ଦିନ ହେଲା ଗୋଟିଏ ସ୍ଥାନରେ ଅଟକି ରହୁଛନ୍ତି ହାତୀପଲ । ଭୟରେ ଅଞ୍ଚଳବାସୀ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଘେଁସ ରେଞ୍ଜ ଡୁଙ୍ଗୁରିପାଲି ଅଞ୍ଚଳରେ ଅଟକି ରହିଛନ୍ତି ୨୯ ଟିକିଆ ହାତୀପଲ। ତେବେ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସୂଚନା ଅନୁଯାୟୀ ଜଣେ ମାଈ ହାତୀ ଗୋଟିଏ ଶିଶୁକୁ ଜନ୍ମ ଦେଇଥିବାରୁ ଶିଶୁକୁ ଛାଡି ଆଗକୁ ଯାଉନାହାନ୍ତି ହାତୀପଲ। ଦେଖିବା ଏହି ରିପୋର୍ଟ।

ଓଡ଼ିଶାମୁହା ଛତିଶଗଡ଼ର ହାତୀପଲ । ଗାଁରେ ଜଙ୍ଗଲୀ ହାତୀପଲ ଆତଙ୍କ ଯୋଗୁଁ ଭୟରେ ଅଞ୍ଚଳବାସୀ। ୨୯ ଟିକିଆ ହାତୀପଲ ଗାଁ ଭିତରକୁ ପଶି ଆସିଥିବାରୁ ପଦ୍ମପୁର ଉପଖଣ୍ଡ ଘେଁସ ରେଞ୍ଜ ଜମଲା ଅଞ୍ଚଳରେ କୋକୁଆଭୟ ଦେଖାଦେଇଛି । ଫଳରେ ଘରୁ ବାହାରିବା  ପାଇଁ ଲୋକେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ତେବେ ଘେଁସ ବନାଞ୍ଚଳ ଜ୍ଞାନ, ବିଶିପାଲି, ଅମାମୁଡା ଜାମଲା, ଡୁଙ୍ଗୁରିପାଲି ଆଦି ଅଞ୍ଚଳରେ ୫ ଦିନ ଧରି ହାତୀପଲ ଆତଙ୍କରେ ଅଛନ୍ତି ଗ୍ରାମବାସୀ। ତେବେ ବର୍ତ୍ତମାନ ଫସଲ ଅମଳ ସମୟ ହୋଇଥିବା ବେଳେ ଗାଁମୁହାଁ ହାତୀପଲ ହୋଇଥିବାରୁ ବନବିଭାଗ ପକ୍ଷରୁ ସେମାନଙ୍କୁ ଉଉଡାଇବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

ତେବେ ବନବିଭାଗର ସୂଚନା ଅନୁଯାୟୀ ୧୦ଟି ଛୋଟ ଛୁଆ ହାତୀ ରହିଥିବା ବେଳେ ଏକ ନୂତନ ଶିଶୁ ମଧ୍ୟ ଗତ ତିନିଦିନ ଭିତରେ ସେହି ଅଞ୍ଚଳରେ ଜନ୍ମ ହୋଇଛି । ଫଳରେ  ଦୁଇ ଦନ୍ତା ଜଗି ରହୁଛନ୍ତି। ହାତୀର ଗତିବିଧି ଉପରେ ବନ ବିଭାଗର ନଜର ରହିଥିବା ବନବିଭାଗ ଅଧିକାରୀ ସୂଚନା ଦେଇଥିଛନ୍ତି। ସୁରକ୍ଷା ଦୃଷ୍ଟିରୁ ରାତିରେ ଆଖ ପାଖ ଅଞ୍ଚଳର ବିଦ୍ୟୁତ ସଂଯୋଗ କାଟି ଦିଆଯାଆଛି। ତେବେ ହାତୀ ପଲ ସ୍ଥାନୀୟ ଅଂଚଳରେ ନବଜାତ ହାତୀ ଛୁଆକୁ  ଆଗକୁ ନ ବଢ଼ି ଅଟକି ରହିଛନ୍ତି। ଖୁବ ଶୀଘ୍ର ସେମାନେ ଆଗକୁ ବଢିବେ ସେ ପର୍ଯ୍ୟନ୍ତ ଲୋକେ ଚିନ୍ତିତ ନ ହୋଇ ଉଭୟ ହାତୀ ଏବଂ ମଣିଷ ଜୀବନର ସୁରକ୍ଷା ପାଇଁ ସହାୟକ ହୁଅନ୍ତୁ ବୋଲି ବନବିଭାଗ ଅଧିକାରୀ କହିଛନ୍ତି।

ତେବେ ମଣିଷ ଓ ହାତୀଙ୍କ ମଧ୍ୟରେ ସୁରକ୍ଷା ପାଚେରୀ ବଜାୟ ରଖିବା ବର୍ତ୍ତମାନ ବନବିଭାଗ ଅଧିକାରୀଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *