ପିପିଲିରେ ହାତୀ ଆତଙ୍କ

Spread the love

ପିପିଲି: ପୁରୀ ଜ଼ିଲ୍ଲା ପିପିଲି ରେ ହାତୀ ଆତଙ୍କ ଦେଖା ଦେଇଛି l ଚନ୍ଦକା ଜଙ୍ଗଲରୁ ହାତୀଟି ଗତ କାଲି ଡେଲାଙ୍ଗରେ ବୁଲିଥିବା ବେଳେ ଆଜି ପିପିଲି ଏନଏସି ର ଧାନପୁର ଗହୀର ଦେଇ ମକରବା ହୁଡ଼ା ରେ ରହିଚି I ସେପଟେ ବନବିଭାଗ ହାତୀ ଉପରେ ନଜର ରଖିଛି।

ପିପିଲିରେ ଜଙ୍ଗଲୀ ଦନ୍ତା। ମଙ୍ଗଳବାର ସକାଳୁ ପିପିଲି ଧାନପୁର ଗହୀର ଦେଇ ମକରବା ହୁଡ଼ା ରେ ପ୍ରବେଶ କରିଛି ଏକ ବଣୁଆ ଦନ୍ତା ହାତୀ I ହାତୀକୁ ଦେଖିବା ପାଇଁ ଲୋକ ମାନେ ଭିଡ଼ ଜମାଉଥିବା ବେଳେ ହାତୀ ପ୍ରବେଶ କରିଥିବା ଅଞ୍ଚଳରେ ଲୋକମାନେ ଭୟଭୀତ ଅବସ୍ତା ରେ ଅଛନ୍ତି I ଦୁଇ ବର୍ଷ ତଳେ ହାତୀ ପିପିଲି ଅଞ୍ଚଳରେ ପଶି ଦୁଇ ଜଣ ଙ୍କ ଜୀବନ ନେଇଥିଲା ବେଳେ ଅନେକଙ୍କୁ ଆକ୍ରମଣ କରିଥିଲା। ଆଉ ଏବେ ହାତୀ ପ୍ରବେଶ ନେଇ ଲୋକଙ୍କ ମନରେ ଭୟ  ସଞ୍ଚାର ହୋଇଛି।

ହାତୀ ପ୍ରବେଶ କରିଥବା ବାଟ ଦେଇ ବ୍ୟାପକ ଫସଲ ନଷ୍ଟ ହୋଇଛି  I ଏପଟେ କିନ୍ତୁ ବନ ବିଭଗ କହିବା କଥା ହାତୀ ସୁରକ୍ଷିତ ଅଛି। କିନ୍ତୁ ଲୋକେ ମଧ୍ୟ ହାତୀ ଠାରୁ ଦୁରେଇ ରହି ହାତୀକୁ ପୁଣି ଚନ୍ଦକା ଅଭିମୁଖେ ଘଉଡ଼ାଇବାକୁ ପାଇଁ ସହଯୋଗ କରନ୍ତୁ I

ତେବେ ଜନବସତି ମୁହାଁ ହାତୀଟିକୁ ସୁରକ୍ଷିତ ଭାବେ  କିଭଳି ଚନ୍ଦକା ଅଭିମୁଖେ ଘଉଡ଼ାଇଦିଆଯିବ ଓ ଲୋକେ ବି ଭୟଭୀତ ଅବସ୍ଥାରେ ରହିବେନି, ସେଥିଲାଗି ବନବିଭାଗ ଦିନ ତମାମ ଅଭିଯାନ ଜାରି ରଖିଥିଲା।

ସନ୍ତୋଷ କୁମାର ପ୍ରଧାନଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *