ଧାନଘରବେଡା ନିକଟରେ ରାସ୍ତା ଅବରୋଧ କଲେ ୨୭ ଟିକିଆ ହାତୀପଲ । କରଞ୍ଜିଆ ବନଖଣ୍ଡ କୁ କିଛିଦିନର ବ୍ୟବଧାନ ପରେ 27 ଟିକିଆ ହାତୀପଲ ପ୍ରବେଶ କରିବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନଖଣ୍ଡରୁ ବୈତରଣୀ ନଦୀ ପାର ହୋଇ ହାତୀପଲ କରଞ୍ଜିଆ ବନଖଣ୍ଡର ସୁନାପୋଷି ସଂରକ୍ଷିତ ଜଙ୍ଗଲ ରେ ପହଞ୍ଚିଥିଲେ । ଦୀର୍ଘ ସମୟ ଧରି ରାସ୍ତା ଉପରେ ହାତୀପଲ ଛିଡା ହେବାଦ୍ବାରା ଯାତାୟତ ବାଧାପ୍ରାପ୍ତ ହେବାରୁ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ବନବିଭାଗକୁ ଖବର କରିଥିଲେ । କରଞ୍ଜିଆ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କ୍ ଗତିବିଧି ଉପରେ ନଜର ରଖିଥିବା ସୂଚନା ମିଳିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now