ପରିବେଶ ସୁରକ୍ଷା ପଲିଥିନ୍ ବ୍ୟବହାର ଉପରେ ରୋକ ଲଗାଇବା କୁ ସଂକଳ୍ପ ନେବା: ଜିଲ୍ଲାପାଳ

Spread the love

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ବନ ବିଭାଗ ଅଫିସ ସଭା ଗୃହ ଠାରେ ବିଶ୍ୱ ପରିବେଶ ଦିବସ ଓ ପଲିଥିନ ମୁକ୍ତ ଦିବସ ପାଳିତ ହୋଇ ଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ ଯୋଗ ଦେଇ ଦୀର୍ଘ ୫୦ବର୍ଷ ଯାଏ ପରିବେଶ ପାଇଁ କାର୍ଯ୍ୟ କରି

ଆସୁଥିବା ଜଙ୍ଗଲ ବିଭାଗ ଓ ଆମ ସମସ୍ତଙ୍କ ପାଇଁ ଆଜି ଏହାର ପର୍ଯ୍ୟlବବଣ କରାଯିବାର ସମୟ ଆସିଛି ବୋଲି କହି ବାୟୁ ଜଳ ମାଟି ପ୍ରଦୂଷଣ ହେଲେ ସମଗ୍ର ପରିବେଶ ପ୍ରଦୂଷଣ ହେବ, ଏଣୁ ଆମେ ବୃକ୍ଷରୋପଣ, ଏହାର ଯତ୍ନ ଏବଂ ପଲିଥିନ ବ୍ୟବହାର ଉପରେ ସମ୍ପୂର୍ଣ ରୋକ ଲଗାଇ ପରିବେଶ ବଞ୍ଚାଇବାକୁ ଆଜିର ଦିନରେ ସମସ୍ତେ ସଂକଳ୍ପ ନେବା ବୋଲି ମତ ରଖିଥିଲେ l ଏବଂ ପରିବେଶ ସନ୍ତୁଳନ ପାଇଁ ଆମ ସହର ରେ ଏଆର ଇଣ୍ଡେକ୍ସ ଓ ଆର ପି ଆର ସି ମେଗା ପ୍ଲାଣ୍ଟ ପ୍ରସ୍ତୁତି ପାଇଁ ବନ ବିଭାଗକୁ ପରାମର୍ଶ ଦେଇଥିଲେ lସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଏସ ପି ଅମରେଶ ପଣ୍ଡା, ଡି ଏଫ ଓ, ଏସିଏଫ, ଇଓ ଡି ଆର ଡି ଏ ନିହାର ରଞ୍ଜନ କଅଁର, ଯୋଗ ଦେଇ ପରିବେଶ ସୁରକ୍ଷl ଉପରେ ମତ ରଖିଥିଲେ l ସଭାରେ ବିଭିନ୍ନ ବ୍ଲକ ର ୫ଜଣ ପ୍ରକୃତି ବନ୍ଧୁ ଓ ପ୍ରକୃତିମିତ୍ରଙ୍କୁ ଜ଼ିଲ୍ଲାପାଳ ଏସପି ପୁରସ୍କୃତ କରିଥିଲେ l ଶେଷରେ ଏହି କ୍ୟାମ୍ପସରେ ଜ଼ିଲ୍ଲାପାଳଙ୍କ ସମେତ ସମସ୍ତ ଅତିଥି ବୃକ୍ଷରୋପଣ କରିଥିଲେ l ସୋନପୁର ବନଖଣ୍ଡ ଅଧିକାରୀ ମନୋରଞ୍ଜନ ବାଘଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା l

Leave a Reply

Your email address will not be published. Required fields are marked *