ଏକଜିଟ୍ ପୋଲ୍: କେତେ ସତ କେତେ ମିଛ?

Spread the love

() ଜନମତ ସର୍ଭେରେ ଅଧିକାଂଶ ସଂସ୍ଥା ଏନଡିଏ ସପକ୍ଷରେ ଆକଳନ କରିଛନ୍ତି। ଇଣ୍ଡିଆ ମେଣ୍ଟ ସର୍ବାଧିକ ୧୬୦ ଆସନ ଭିତରେ ସୀମିତ ରହିବ ବୋଲି ବୁଥ୍ ବାହୁଡ଼ା ମତରେ ଦର୍ଶାଯାଇଛି। ହେଲେ ଏହାକୁ ବିଶ୍ୱାସ କରୁନି ଇଣ୍ଡିଆ ମେଣ୍ଟ। ଇଣ୍ଡିଆ ମେଣ୍ଟ ୨୯୫ରୁ ଅଧିକ ଆସନ ଆଣିବ ବୋଲି ଦମ୍ଭୋକ୍ତି ଦେଖାଉଛି। ଜନତା ସର୍ଭେରୁ ଏହି ସଂଖ୍ୟା ଜୁନ୍ ୪ରେ ସ୍ପଷ୍ଟ ହୋଇଯିବ ବୋଲି କହିଛି ଇଣ୍ଡି ମେଣ୍ଟ। ବିଜେପି ନେତୃତ୍ୱରେ ଏଥର ଏନଡିଏ ୪ଶହ ପାର୍ ଲକ୍ଷ୍ୟ ରଖିଥିଲା ବେଳେ ଅଧିକାଂଶ ସଂସ୍ଥା ବି ବୁଥ୍ ବାହୁଡ଼ା ମତରେ ଏନଡିଏ ହ୍ୟାଟ୍ରିକ କରୁଛି ବୋଲି ଆକଳନ କରିସାରିଲେଣି। ଏନଡିଏ ସର୍ବାଧିକ ୩୫୦ରୁ ୩୯୦ ଆସନ ହାସଲ କରିବ ବୋଲି ଅଧିକାଂଶ ଜନମତ ସର୍ଭେ ସଂସ୍ଥା ଦର୍ଶାଇଛି। ଆଉ ଇଣ୍ଡିଆ ମେଣ୍ଟ ୧୨୫ରୁ ୨୦୦ ଆସନ ଆଣିବ ବୋଲି କୁହାଯାଉଛି। ଦକ୍ଷିଣ ରାଜ୍ୟ, ପଶ୍ଚିମବଙ୍ଗରେ ବିଜେପି ଭଲ ପ୍ରଦର୍ଶନ କରିଛି। ହିନ୍ଦୀଭାଷୀ ଅଞ୍ଚଳରେ ବି ଏନଡିଏର ଆଧିପତ୍ୟ ବଜାର ରହିବ ବୋଲି ଅନେକ ଆକଳନ ଲଗାଇଛନ୍ତି। ହେଲେ ଏ ସବୁକୁ ମାନିବାକୁ ନାରାଜ କଂଗ୍ରେସ। ଅତିକମରେ ଇଣ୍ଡିଆ ମେଣ୍ଟ ୨୯୫ରୁ ଅଧିକ ଆସନ ଆଣିବ ବୋଲି ଆକଳନ କରିଛି ଦଳ। ଏହି ସର୍ଭେ କଂଗ୍ରେସ କି ଇଣ୍ଡି ମେଣ୍ଟର ନୁହେଁ। ଏହା ଜନତାଙ୍କ ସର୍ଭେ ଆଧାରରେ ଦମ୍ଭୋକ୍ତି ଦେଖାଇଛି କଂଗ୍ରେସ। ସରକାରୀ ସର୍ଭେରେ ଆକଳନ ବିଗାଡ଼ିବା, ମିଡିଆକୁ ହାତକୁ ନେଇ ବଢ଼ାଇ ଚଢ଼ାଇ ସଂଖ୍ୟା ଦେଖାଇବା ପ୍ରବୃତ୍ତି ପାଲଟିଗଲାଣି ବୋଲି କହିଛନ୍ତି ଏଆଇସିସି ଅଧ୍ୟକ୍ଷ ଖଡ଼ଗେ। ଏହାକୁ ମୋଦି ମିଡିଆ ପୋଲ୍ ବୋଲି କହିଛନ୍ତି ରାହୁଲ।

କେଜ୍ରିଓ୍ୱାଲ କହିଥିଲେ, ସବୁ ଏକଜିଟ୍ ପୋଲ୍ ମିଛ। ରାଜସ୍ଥାନରେ ୨୫ ସିଟ୍ ଥାଇ ବିଜେପିକୁ ୩୩ ସିଟ୍ ଦେଇଛି ଏକ ସଂସ୍ଥା। ତେଣୁ ଏ କି ପ୍ରକାର ଏକଜିଟ୍ ପୋଲ। କେଜ୍ରିଓ୍ୱାଲ କାଉଣ୍ଟିଂ ଏଜେଣ୍ଟକୁ ଅପିଲ କରିଛନ୍ତି, ଶେଷ ରାଉଣ୍ଡ ଗଣତି ନ ହେବା ଯାଏ କାଉଣ୍ଟିଂ ସେଣ୍ଟର ଛାଡ଼ନ୍ତୁନି। ପ୍ରାର୍ଥୀ ହାରୁଥିଲେ ବି ଶେଷ ସମୟରେ ଇଭିଏମ୍ ଓ ଭିଭିପାଟ ମ୍ୟାଚିଂ କରି ଆସିବାକୁ ହେବ। ମ୍ୟାଚ୍ ନ ହେଲେ ଇଭିଏମ୍ ଘୋଟାଲା ଏକ୍ସପୋଜ୍ କରିପାରିବା।

୨୦୦୪ରେ ଏକଜିଟ ପୋଲ ମିଛ ଭଳି ୨୦୨୪ରେ ଏହାର ରିପିଟ୍ ହେବ। ୨୦୦୪ରେ ବାଜପେୟୀଙ୍କୁ ପ୍ରଚଣ୍ଡ ବହୁମତ ଦେଇଥିଲା ଏକଜିଟ୍ ପୋଲ। ୨୦ ବର୍ଷ ପରେ ଇତିହାସ ଦୋହରାଇବ ଜୁନ୍ ୪ ରେଜଲ୍ଟ। ପଶ୍ଚିମବଙ୍ଗରେ ଟିଏମସି କମାଲ୍ କରିବ। ବଙ୍ଗଳା-ବିରୋଧୀ ଶକ୍ତି ହାରିବ ବୋଲି କହିଛି ଟିଏମସି।

ସେପଟେ ଅରୁଣାଚଳପ୍ରଦେଶରେ ବିଜେପି ଲଗାତାର ତୃତୀୟ ଥର ପାଇଁ କ୍ଷମତା ବଜାୟ ରଖିବାରେ ସକ୍ଷମ ହୋଇଛି। ୬୦ ବିଧାନସଭା ଆସନରୁ ୪୬ଟି ହାସଲ କରିଛି। ସିକ୍କିମରେ ଶାସକ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ତଥା ଏସକେଏମ୍ ୩୨ରୁ ୩୧ ଆସନ ପୋଛିନେଇ ଏକତରଫା ବିଜୟ ହାସଲ କରିଛି। କ୍ରମାଗତ ଦ୍ୱିତୀୟ ଥର ବିଜୟ ହାସଲ କରିଛି। ରାଜ୍ୟରେ ବିଜେପି କି କଂଗ୍ରେସ ଭଳି ଜାତୀୟ ଦଳକୁ ଗୋଟିଏ ହେଲେ ଆସନ ମିଳିନି। ତେବେ ଏନଡିଏ ବହୁମତ ପାଇବ। ଆଉ ତୃତୀୟ ଥର ପାଇଁ ମୋଦି ଦେଶର ନେତୃତ୍ୱ ନେବା ପକ୍କା ବୋଲି କହିଛି ବିଜେପି।

ଜୁନ୍ ୪ରେ ଫଳ। ଫଳାଫଳ ଆସିବା ଆଗରୁ ଏକଜିଟ୍ ପୋଲ ଆକଳନ ଅନୁସାରେ ରେଜଲ୍ଟ ଆସୁଛି ନା ଏହାର ବିପରୀତ ଘଟୁଛି, ସ୍ପଷ୍ଟତାକୁ ଅପେକ୍ଷା।

Leave a Reply

Your email address will not be published. Required fields are marked *