ଓଡ଼ିଶା

ବ୍ରିଟିଶ ଶାସନ ସମୟରୁ ଚାଲିଆସୁଛି ମେଳା

() ଆଜିଠାରୁ ଆରମ୍ଭ ଗୋପର ବହୁ ପୁରାତନ ଓ ସଂସ୍କୃତି ପରମ୍ପରା ପୂର୍ଣ୍ଣ ସାଗର ସ୍ନାନ ମେଲଣ । ଏହି ମେଲଣ ଏକ ଭାଇଚାରା ମେଲଣ ଭାବରେ ପରିଚିତ। ଏକ ସପ୍ତାହେ ଧରି ଚାଲିବ ଏହି ମେଲଣ । ଭାଇଚାରା ମେଲଣ ଆସିଲେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀଙ୍କ ମଧ୍ୟରେ ଏକ ଆନନ୍ଦ ଉଲ୍ଲାସର ଅନୁଭବ ହୋଇ ଥାଏ।

ଆଜିଠାରୁ ଆରମ୍ଭ ପୁରୀ ଜିଲ୍ଲାର ଗୋପ ର ବହୁ ପୁରାତନ ଓ ସଂସ୍କୃତି ପରମ୍ପରା ପୂର୍ଣ୍ଣ ସାଗର ସ୍ନାନ ମେଲଣ । ଭାଇଚାରା ମେଲଣ ଭାବରେ ପରିଚିତ ଏହି ମେଳଣ । କାହିଁ କେଉଁ କାଳରୁ ହୋଇ ଆସୁଥିବା ଏହି ମେଳଣ ବ୍ରିଟିଶ ଶାସନ ସମୟର ବୋଲି କୁହାଯାଏ। ଭାଇଚାରା ମେଲଣ ଆସିଲେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀଙ୍କ ମଧ୍ୟରେ ଏକ ଆନନ୍ଦ ଉଲ୍ଲାସର ଅନୁଭବ ହୋଇ ଥାଏ। ଦିନ କୁ ଦିନ ସଂସ୍କୃତି ପରମ୍ପରା ହଜିଯାଉଥିବା ବେଳେ ଏହି ପରମ୍ପରା ଓ ଭାଇଚାରା ମେଲଣ ଏବେ ବି ବଞ୍ଚିରହିଛି। ବ୍ରିଟିଶ ଅମଳ ସମୟରୁ ମହାପ୍ରଭୁ ଗୋପାଳଜୀଉ ଠାକୁରଙ୍କ ଏହି ମେଳଣ ହୋଇ ଆସୁଛି । କୁଶଭଦ୍ରା ନଦୀ କୂଳରେ ମେଲଣ ଆରମ୍ଭ ହୋଇଥିଲା। ମେଲଣ ପରଦିନ ଆତସବାଜି ଅନୁଷ୍ଠିତ ହୋଇଥିବା ବେଳେ ବାଣ ପଡି ପ୍ରଭୁ ଗୋପାଳଜୀଉ ଙ୍କ ଦୋଳ ବିମାନ ପୋଡି ଯିବା ସହ ପ୍ରଭୁ ଙ୍କ ଗୋଟିଏ ଆଖି ନଷ୍ଟ ହୋଇ ଯାଇଥିଲା। ସେହି ଦିନ ଠାରୁ ମଧ୍ୟ ଏହି ଗୋପାଳଜୀଉଙ୍କୁ କଣା ଗୋପାଳଜୀଉ ବୋଲି ଶ୍ରଦ୍ଧାଳୁମାନେ କହିଥାନ୍ତି।

ଏହି ଭାଇଚାରା ମେଲଣ ରେ ହିନ୍ଦୁ ମୁସଲମାନ ସମ୍ପ୍ରଦାୟର ଶ୍ରଦ୍ଧାଳୁମାନେ ଆସି ଠାକୁର ମାନଙ୍କୁ ପୂଜାର୍ଚ୍ଚନା କରିବା ସହିତ ବୁଲାବୁଲି କରି ଘରକରଣା ସାମଗ୍ରୀ କିଣିଥାନ୍ତି। ହିନ୍ଦୁ ମୁସଲମାନ ମାନଙ୍କ ମଧ୍ୟରେ ସୁସଂପର୍କ ସ୍ଥାପନ ସହ ଭାଇଚାରା ସୃଷ୍ଟି ହୋଇଥାଏ। ପୂର୍ବରୁ ଏହି ମେଲଣ ଏକ ମାସରୁ ଅଧିକ ଦିନ ଧରି ଚାଲୁଥିବା ବେଳେ ଏବେ ଏହି ସାଗର ସ୍ନାନ ମେଲଣ ଗୋଟିଏ ସପ୍ତାହ ହେଇ ଗୋପ ଲୋକ ମହୋତ୍ସବ ଭାବରେ ପାଳନ କରା ଯାଉଛି। ଏହି ଭାଇଚାରା ମେଲଣ ଜମିବା ପରଦିନ ଆତସବାଜି ପ୍ରତିଯୋଗିତା କରା ଯାଇଥାଏ।  ଭାରତୀ ଭୂଷଣଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button