ଓଡ଼ିଶା

ଆସନ୍ତାକାଲି ପଖାଳ ଦିବସ

() ଆସନ୍ତାକାଲି ସାରା ଦେଶ ପାଳିବ ପଖାଳ ଦିବସ।ସେଇଥିପାଇଁ ଦିନକ ପୂର୍ବରୁ  ବେଶ ଆଡ଼ମ୍ବରରେ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ପାଳିତ ହୋଇଛି ପଖାଳ ଦିବସ। କିଛି ସେଲିବ୍ରିଟିଙ୍କ ଗହଣରେ କୁନି କୁନି ଆଦିବାସୀ ପିଲା ଏକାଠି ପଖାଳ ଖାଇ ଓଡିଆ ଘର ଖାଦ୍ୟର ମଜା ଉଠାଉଛନ୍ତି।

ପ୍ରତିବର୍ଷ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏହାର ଗୋଟିଏ ଦିନ ପୂର୍ବରୁ କଟକ ର ଏକ ସ୍ବେଚ୍ଛାସେବୀ ସଂଗଠନ କୁନି କୁନି ଆଦିବାସୀ ସ୍କୁଲ ପିଲାଙ୍କୁ ନେଇ ପଖାଳ ଦିବସ ପାଳନ କରିଛନ୍ତି । ଦହି ପଖାଳ ସାଙ୍ଗକୁ ମାଛ ଭଜା, ଆଳୁ ଚଟଣୀ, ଶାଗ, ବଢି ଚୁରା, ବାଇଗଣ ଭଜା ଓ ବିଲାତି ଚକଟାର ମଜା ଉଠାଇଛନ୍ତି ସମସ୍ତେ । ଏଥିରେ କିଛି ଗାୟକ ଓ ଅଭିନେତା ଅତିଥି ଭାବେ ସାମିଲ ହୋଇ ପିଲାଙ୍କ ସହ ଦହି ପଖାଳ ଖାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।

ସେପଟେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ପଖାଳ ହେଉଛି ପ୍ରତିଟି ଓଡ଼ିଆର ପ୍ରିୟ ଖାଦ୍ୟ। କିନ୍ତୁ ଆଜିର ଆଧୁନିକ ଯୁଗରେ ଲୋକମାନେ ପଖାଳକୁ ମନେ ରଖିବା ପାଇଁ ପଖାଳ ଦିବସକୁ ପାଳନ କରିବାକୁ ପଡୁଛି। ସବୁଠୁ ବଡ଼ କଥା ପଖାଳ ପ୍ରତିଟି ଓଡ଼ିଆର ଖାଦ୍ୟ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପଖାଳକୁ ଜି ଆଇ ଟ୍ୟାଗର ମାନ୍ୟତା ମିଳିପାରି ନାହିଁ। ସେଥିପାଇଁ ଯୁବ ପିଢ଼ି ଓଡିଆର ପ୍ରିୟ ଖାଦ୍ୟକୁ ଭୁଲି ଯାଉଛନ୍ତି । ତେଣୁ ସରକର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ଉଚିତ ।

ତେବେ ପଖାଳକୁ ଜି ଆଇ ଟ୍ୟାଗ ମାନ୍ୟତା ଦାବି କରି ବିଧାନସଭାରେ କଥା ଉଠାଇବାକୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଥିବାବେଳେ ଆଜିବି ସାରା ଦେଶ ପଖାଳ ଦିବସର ମଜ୍ଜା ଉଠାଉଛନ୍ତି ।

ଦୀପ୍ତିରଞ୍ଜନ ଶତ୍ପଥୀଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button