ଜୟପୁର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ପରିଵାରର ଭରଣ ପୋଷଣ କରିବା ପାଇଁ ଜିଲ୍ଲା ବାହାରକୁ ଦାଦନ ଖଟିବାକୁ ଯାଇଥିଲେ ଜଗବନ୍ଧୁ। ବାହାଘରର ଦୁଇ ମାସ ନ ପୁରୁଣୁ ଗାଡ଼ି ଧକ୍କାରେ ଭିନ୍ନକ୍ଷମ ହୋଇଗଲେ। ଅଣ୍ଟାରୁ ତଳ ଭାଗ ଅଚଳ ହୋଇଯାଇଛି। ସ୍ତ୍ରୀର ଭରଷାରେ ବଞ୍ଚିଛନ୍ତି ଜଗବନ୍ଧୁ l
ଅର୍ଥାଭାବରୁ ଉଜୁଡ଼ି ଗଲା ସୁଖର ସଂସାର। ବିବାହକୁ ୨ ମାସ ନପୁରୁଣୁ ଭିନ୍ନକ୍ଷମ ହୋଇଗଲେ କୋରାପୁଟ ଜିଲ୍ଲା ରେଙ୍ଗାଳଗୁଡା ଗ୍ରାମର ଜଗବନ୍ଧୁ। ୪ବର୍ଷ ତଳେ ଅନ୍ୟ ଜିଲ୍ଲାକୁ ଦାଦାନ ଖଟିବାକୁ ଯାଇଥିଲେ ଜଗବନ୍ଧୁ। ସେଠି ଏକ ଗାଡ଼ି ଧକ୍କାରେ ଜଗବନ୍ଧୁଙ୍କ ଅଣ୍ଟାରୁ ତଳ ଭାଗ ଅଚଳ ହୋଇଯାଇଛି। ଦୁର୍ଘଟଣା ପରେ ତାଙ୍କୁ କୋରାପୁଟ ଓ କଟକ ମେଡିକାଲକୁ ଚିକିତ୍ସା ନିମନ୍ତେ ନେଇଥିଲେ ପରିବାର ଲୋକେ । କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ। ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଥିବାରୁ ଉଚ୍ଚ ଚି଼କିତ୍ସା କରିବାରେ ଅସମର୍ଥ ଜଗବନ୍ଧୁଙ୍କ ପରିଵାର l ବର୍ତ୍ତମାନ ଜଗବନ୍ଧୁଙ୍କ ସ୍ତ୍ରୀ କାଜୁ ମିଲରେ ଶ୍ରମିକ ଭାବେ କାମ କରୁଛନ୍ତି। ତାଙ୍କ ପାରିଶ୍ରମିକରେ ପରିବାର ପ୍ରତିପୋଷଣ କରିବା ଓ ଜଗବନ୍ଧୁଙ୍କ ଚିକିତ୍ସା ସମ୍ଭବ ହୋଇପାରୁ ନାହିଁ।
ଅନ୍ୟପଟେ ଭିନ୍ନକ୍ଷମମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି l ସରକାରୀ ସହାୟତା ପାଇଁ ଜଗବନ୍ଧୁ ବାରମ୍ବାର ସରକାରୀ କାର୍ଯ୍ୟାଳୟଗୁଡିକୁ ଦୌଡି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ କୌଣସି ଯୋଜନାରେ ଅନ୍ତୋର୍ଭୁକ୍ତ ହୋଇପାରି ନାହାନ୍ତି। ସେପଟେ ଜଗବନ୍ଧୁଙ୍କ ଆଧାର କାର୍ଡ ନଥିବାରୁ ତାଙ୍କୁ କୌଣସି ଯୋଜନାରେ ସାମିଲ କରାଯାଇ ପାରୁ ନାହିଁ ହୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି। ତେବେ ଜଗବନ୍ଧୁଙ୍କ ଆଧାର କାର୍ଡ କରାଇ ସମସ୍ତ ସରକାରୀ ଯୋଜନା ରେ ତାଙ୍କୁ ସାମିଲ କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।
ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ଜଗବନ୍ଧୁଙ୍କ ସହସ୍ୟା ଦୂର କରି ତାଙ୍କୁ ସହାୟତା ଯୋଗାଉଛି।
ରଞ୍ଜନ କୁମାର ମିଶ୍ରଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now