ମେଲାଣି ନେଲେ ମା ଲକ୍ଷ୍ମୀ

Spread the love

ଢେଙ୍କାନାଳ: ଢେଙ୍କାନାଳରେ ଆଜି ଧନଧାତ୍ରୀ ମା ଗଜଲକ୍ଷ୍ମୀଙ୍କର ଭସାଣି ଶୋଭାଯାତ୍ରା। ୩୮ ଗୋଟି ପୂଜା ପ୍ରତିଷ୍ଠାନର ମୃଣ୍ମୟୀ ମୂର୍ତ୍ତିଙ୍କର ଭଷାଣି ଚାଲିଛି। ୯ ଦିନ ଧରି ଚାଲିଥିବା ପୂଜା ଆଜି ସମାପନ ହେଉଛି। ଶୋଭାଯାତ୍ରାରେ ଡିଜେ ସାଉଣ୍ଡ ବ୍ୟବହାର ନିଷେଧ କରାଯାଇଥିବା ବେଳେ ପାରମ୍ପରିକ ବାଦ୍ୟଯନ୍ତ୍ରରେ ପ୍ରକମ୍ପିତ ହେଉଛି ସହର।

ଢେଙ୍କାନାଳର ଗର୍ବ ଓ ଗୌରବ ଗଜଲକ୍ଷ୍ମୀ ପୂଜା। ବର୍ଷକ ପରେ ପଡୁଥିବା ଗଜଲକ୍ଷ୍ମୀ ପୂଜାକୁ ସହରବାସୀ ଉତ୍ସାହର ସହ ଚାହିଁ ରହିଥିବା ବେଳେ ଆଜି ପୂଜା ଶେଷ ହୋଇଛି। ମାଙ୍କୁ ଭଷାଣି ଦିଆଯାଉଛି। ପ୍ରତ୍ୟେକଟି ମଣ୍ଡପ ପକ୍ଷରୁ ଭଷାଣି ପାଇଁ ବ୍ୟାପକ ବନ୍ଦୋବସ୍ଥ ହୋଇଛି। ବିସର୍ଜନକୁ ଶାନ୍ତି ଶୃଙ୍ଖଳା ମଧ୍ୟରେ ସମାପନ କରିବାକୁ ସମସ୍ତ ପୂଜା ପ୍ରତିଷ୍ଠାନର ସହଯୋଗ କାମନା କରିଛନ୍ତି ଜିଲ୍ଲାପାଳ।

କାଠଶଙ୍ଖ,କୁଞ୍ଜକାନ୍ତ, ଯାଉଁଳିପୋଖରୀ,ଦଣ୍ଡା ପୋଖରୀ ଏବଂ ସିମିଳିଆ  ଅସ୍ଥାୟୀ ପୋଖରୀରେ ହେବ ବିସର୍ଜନ । ଶାନ୍ତି ଶୃଙ୍ଖଳା ଟ୍ରାଫିକ ନିୟନ୍ତ୍ରଣ ଭଳି ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *