ଗଣେଶ ପୂଜା ପାଇଁ ଚଳଚଞ୍ଚଳ ତାଳଚେର

Spread the love

ତାଳଚେର: ଗଣେଶ ପୂଜାକୁ ନେଇ ଚଳଚଞ୍ଚଳ ଗାଁ ଠୁ ସହର । ପ୍ରତ୍ୟକ ମଣ୍ଡପରେ ଚାଲିଛି ପ୍ରଭୁ ଗଜାନନଙ୍କ ସାଜସଜ୍ଜା । ବିଗତ ଦୁଇବର୍ଷ କୋରନା କଟକଣା ଯୋଗୁଁ ପୂଜା ବନ୍ଦ ଥିବାବେଳେ ଚଳିତ ବର୍ଷ ଗଣେଶ ପୂଜାକୁ ନେଇ ଉତ୍ସାହିତ ତାଳଚେର ଅଞ୍ଚଳବାସୀ ।

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ତାଳଚେରରର ସହର । ସବୁଠି ପୂଜା ପାଇବେ ପ୍ରଭୁ ଗଜାନନ । କୋରନା କଟକଣା ପାଇଁ ଗତ ୨ବର୍ଷ ହେବ ପୂଜା ବନ୍ଦ ଥିବାବେଳେ ଚଳିତ ବର୍ଷ ପୂଜା ପାଇଁ ବେସ ଉତ୍ସାହିତ ଅଞ୍ଚଳବାସୀ। ଚଳିତ ବର୍ଷ ପ୍ରାୟ ଶହେରୁ ଉର୍ଦ୍ଧ୍ୱ ମଣ୍ଡପରେ ପୂଜା ପାଇବେ ପ୍ରଭୁ ଗଜାନନ । ଏଥିପାଇଁ ପ୍ରତ୍ୟକ ମଣ୍ଡପରେ ସାଜସଜ୍ଜା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରତି ମଣ୍ଡପରେ ସାଜସଜ୍ଜାକୁ ନେଇ ପ୍ରତିଯୋଗୀତାବି ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ପୂଜା ପାଇଁ ବିଦ୍ୟୁତ ,ଜଳ ଓ ପରିମଳ ବ୍ୟବସ୍ଥାକୁ ସଠିକ ରୂପେ ପରିଚାଳନା କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ମୂର୍ତ୍ତି ଗୁଡିକ ବିସର୍ଜନ କରାଯିବା ପାଇଁ ବ୍ରାହ୍ମଣୀ ନଦୀ କୂଳରେ ଦୁଇଟି ଅସ୍ଥାୟୀ ପୋଖରୀ ନର୍ମାଣ କରାଯାଇଛି।

ସେପଟେ ମୂର୍ତ୍ତି କାରିଗର ମାନେ ଦୁଇବର୍ଷ ହେବ ହାତ ବାନ୍ଧି ବସିଥିବାରୁ  ଚଳିତ ବର୍ଷ ଦୁଇ ପଇସା ରୋଜଗାର କରିବା ପାଇଁ ବେଶ ଆଶାବାଦୀ ଅଛନ୍ତି । ଯାହାକୁ ନେଇ ଭଳିକି ଭଳି ମୃର୍ତ୍ତି ଗଢି ତାକୁ ଶେଷ ସ୍ପର୍ଶ ଦେଉଛନ୍ତି । ଆଉ ଆଶା ରଖିଛନ୍ତି ଚଳିତ ବର୍ଷ ଭଲ ବ୍ୟବସାୟ ହେବ। ଅନ୍ୟପଟେ ତାଳଚେର କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ଗଣେଶ ପୂଜା ଓ ଭସାଣି ଉତ୍ସବକୁ କିଭଳି ଶାନ୍ତି ଶୃଂଖଳାରେ କରାଯିବ ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ସମସ୍ତ ପୂଜା କମିଟି ମାନେ ନିର୍ଦ୍ଧାରିତ ହୋଇଥିବା ନିୟମ ଗୁଡିକ ପାଳନ କରିବା ସହିତ ଶାନ୍ତି ଶୃଂଖଳା ବଜାୟ ରଖିବାକୁ କେନ୍ଦ୍ରୀୟ ପୂଜା କମିଟି ଆଗରେ ପ୍ରତିଶୃତି ଦେଇଛନ୍ତି । ତେବେ ଆଗକୁ ଗଣେଶ ପୂଜା ଆସୁ୍‌ଥିବାବେଳେ ସମସ୍ତ ନୀତି ନୟମରେ ପାଳନ ହେବ ଗଣେଶ ପୂଜା ।

Leave a Reply

Your email address will not be published. Required fields are marked *