ସମୁଦ୍ରରେ ବୁଡି ଯୁବକ ନିଖୋଜ,ଖୋଜୁଛି କୋଷ୍ଟଗାର୍ଡ ହେଲିକପ୍ଟର

Spread the love

ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଯୁବ ନିଖୋଜ ଘଟଣା । ନିଖୋଜ ଯୁବକଙ୍କୁ ଖୋଜିବା ନିମନ୍ତେ ଆର୍ଯ୍ୟପଲ୍ଲୀରେ ପହଞ୍ଚିଛି କୋଷ୍ଟ ଗାର୍ଡର ସ୍ବତନ୍ତ୍ର ହେଲିକେପ୍ଟର । ସ୍ୱତନ୍ତ୍ର ହେଲିକେପ୍ଟର କୋଷ୍ଟଗାର୍ଡ ଓ ହେଲିକେପ୍ଟର ମଧ୍ୟରେ ଜୋର ସୋରରେ ଖୋଜାଖୋଜି ଜାରି ରହିଛି । ସମୁଦ୍ର କୂଳରେ ବର୍ତ୍ତମାନ ଜିଲ୍ଲାପାଳ, ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ, ଅଡ୍ରାଫ, ଅଗ୍ନିଶମ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଖୋଜାଖୋଜି କରୁଛନ୍ତି । ନିଖୋଜ ଯୁବକ ଜଣକ ହେଲେ ଆର୍ଯ୍ୟପଲ୍ଲୀର ହେମନସେନ ବେହେରା । ତେବେ ଗତକାଲି ସନ୍ଧ୍ୟାରେ ହେମନସେନଙ୍କ ସମେତ ୫ ଜଣ ଏକାଠି ହୋଇ ସମୁଦ୍ରରେ ଗାଧୋଉଥିବା ନିଖୋଜ ହୋଇଯାଇଥିଲେ।

Leave a Reply

Your email address will not be published. Required fields are marked *