ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଚାଷୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି

Spread the love

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଚାଷୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି । ଦୀର୍ଘ ପ୍ରାୟ ୧ ମାସ ଧରି ତଥା ଜୁନ୍ ମାସରେ ଅନାବୃଷ୍ଟି ଫଳରେ ଚାଷୀ ଚିନ୍ତାଗ୍ରସ୍ତ ହୋଇପଡିଥିଲେ । କିନ୍ତୁ, ଗତ ସପ୍ତାହରେ ସ୍ୱାଭାବିକ୍ ବର୍ଷା ହେବା ଫଳରେ ଏବେ ଚାଷ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଚାଷୀ ବ୍ୟଗ୍ର ହୋଇପଡିଛି । ବର୍ତ୍ତମାନ ସୁଦ୍ଧା ୨୨ ହଜାର କ୍ୱିଂଟାଲ ବିହନ ଗଞ୍ଜାମ ଜିଲ୍ଲାରେ ବିକ୍ରୀ ହୋଇଥିବା ଜିଲ୍ଲା କୃଷି ବିଭାଗ ସୂତ୍ରରୁ ସୂଚନା ମିଳିଛି । ଚାଷ କାର୍ଯ୍ୟ ପାଇଁ ଆସନ୍ତା ୨୦ ତାରିଖରୁ ପର୍ଯ୍ୟାୟ କ୍ରମେ ଋଷିକୂଲ୍ୟା ସିଷ୍ଟମ କେନାଲରେ ପାଣି ଛଡାଯିବ । ୧୨ଟି ପର୍ଯ୍ୟାୟରେ ୧୦ ଦିନ ଲେଖାଏଁ ଏହି ପାଣି ଛଡାଯିବ । ବର୍ଷା ପରେ ଜିଲ୍ଲାର ୭ଟି ଯାକ ଡ୍ୟାମ୍ ରେ ପାଣି ମହଜୁଦ ରହିଛି । ଆସନ୍ତା ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ କେନାଲରେ ପାଣି ଛଡାଯିବ ବୋଲି ଜଳସମ୍ପଦ ବିଭାଗ ସୂତ୍ରରୁ ସୂଚନା ଦିଆଯାଇଛି । ଫଳରେ ଚାଷ କାର୍ଯ୍ୟ ସ୍ୱାଭାବିକ୍ ହେବ ଏବଂ ଧାନ ଫସଲ ଭଲ ହେବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *