Ganjam

ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଗଞ୍ଜାମ: ପାଟପୁର ଥାନା ଜିଉରା ଛକ ନିକଟ ନୀଳକଣ୍ଠେଶ୍ଵର ମନ୍ଦିରରେ ଲୁଟ।  ସୋମବାର ବିଳମ୍ବିତ ରାତିରେ କଳା କନା ବୁଲାଇଲେ ଦୁବୃର୍ତ୍ତ l ସୂଚନା ଅନୁଯାୟୀ, ସକାଳୁ ମନ୍ଦିରର ପୂଜାରୀ ମନ୍ଦିର ଖୋଲିବା ପାଇଁ ଆସିଥିଲେ। ସେହି ସମୟରେ ମନ୍ଦିରର ମୁଖ୍ୟ ତାଲା ଭଙ୍ଗା ଯିବା ସହ ଦାନ ହୁଣ୍ଡୀ ୨ ଟି ଭାଙ୍ଗି ପଡିଥିବା ଦେଖିବାକୁ ପାଇଥିଲେ। ଏହା ସହ ଦୁଇଟି ଷ୍ଟୋର ରୁମର ତାଲା ଭାଙ୍ଗି ମନ୍ଦିରରେ ବ୍ୟବହାର ହେଉଥିବା ପିତଳ ବାଲଟି, ଦାନ ହୁଣ୍ଡୀରୁ ଟଙ୍କା, ସାଉଣ୍ଡ ମେସିନ, ସହ ବିଭିନ୍ନ ସାମଗ୍ରି ଚୋରି ହୋଇଛି l ବିଭିନ୍ନ ଦାନ ହୁଣ୍ଡିରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ଟଙ୍କା ଥିବା ମନ୍ଦିରକମିଟି ପକ୍ଷରୁ କୁହାଯାଇଛି। ପାଟପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related Articles

Leave a Reply

Your email address will not be published.

Back to top button