ଫ୍ରେଣ୍ଡଲି ହସ୍ପିଟାଲ ଭାବରେ ସୋନପୁର ମୁଖ୍ୟ ଚିକିତ୍ସାଳୟ ଏକ ନମ୍ବର ସ୍ଥାନରେ ସମର୍ଦ୍ଧିତ

Spread the love

ସୁବର୍ଣ୍ଣପୁର : ଓଡିଶା ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟକୁ ବେବି ଫ୍ରେଣ୍ଡଲି ହସପିଟାଲ ଭାବରେ ସମ୍ବର୍ଦ୍ଧିତ କରାଯାଇଛି। ଗତ ୧ ତାରିଖ ଭୁବନେଶ୍ଵର ଠାରେ ଆୟୋଜିତ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ସ୍ଵାସ୍ଥ୍ୟ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତଙ୍କ ଠାରୁ ଡା. ଦୁର୍ଗାଦତ୍ତ ଦାଶ ଏ.ଡି.ଏମ.ଓ. ମେଡିକାଲ ମାନପତ୍ର ସହ ଟ୍ରଫି ଏବଂ ଦଶ ହଜାର ଟଙ୍କା ଚେକ ଗ୍ରହଣ କରିଛନ୍ତି। ଶିଶୁ ଜନ୍ମ ପରେ ଛଅ ମାସ ଯାଏ ମା କ୍ଷୀର ଖାଇବା ଓ ଛଅ ମାସରୁ ଦୁଇ ବର୍ଷ ଯାଏ ମା କ୍ଷୀର ସହ ଘରେ ପ୍ରସ୍ତୁତ ଖାଦ୍ୟ ଖୁଆଇବା କ୍ଷେତ୍ରରେ ସଚେତନତା ଓ ପରାମର୍ଶ ସେବା ପ୍ରଦାନ କ୍ଷେତ୍ରରେ ସୋନପୁର ମେଡିକାଲ ପାରଦର୍ଶିତା ଦେଖାଇଥିବାରୁ ଓଡିଶାରେ ପ୍ରଥମ ସ୍ଥାନରେ ବେବି ଫ୍ରେଣ୍ଡଲି ସମ୍ବର୍ଦ୍ଧନା ପାଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଏହାର କିଛି ଦିନ ପୂର୍ବରୁ ସନ୍ତାନ ଜନ୍ମର ବ୍ୟବଧାନ ପାଇଁ ପି ପି ଆୟୁ ସି ଡ଼ି ପ୍ରଦାନ କ୍ଷେତ୍ରରେ ମଧ୍ୟ ପାରଦର୍ଶିତା ପାଇଁ ଓଡିଶାରେ ଦ୍ଵିତୀୟ ସ୍ଥାନ ଅଧିକାର କରି ସ୍ଵାସ୍ଥ୍ୟ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତଙ୍କ ଠାରୁ ଡା. ଦୈତ୍ୟ ନାରାୟଣ ପାଢ଼ୀ ଏ ଡ଼ି ଏମ ଓ ପରିବାର କଲ୍ୟାଣ ସୋନପୁର ଆମ ଜିଲ୍ଲା ତରଫରୁ ମାନପତ୍ର ଓ ଟ୍ରଫି ଗ୍ରହଣ କରି ସାରିଛନ୍ତି।

Leave a Reply

Your email address will not be published. Required fields are marked *