ଓଡ଼ିଶା

କମ୍ଭିଂ ଅପରେସନ ବେଳେ ମାଓବାଦୀ କ୍ୟାମ୍ପ ଠାବ, ଛତ୍ରଭଙ୍ଗ ଦେଲେ ମାଓବାଦୀ

ଭୁବନେଶ୍ୱର : ନୂଆପଡା ଜିଲ୍ଲାରେ ସୁରକ୍ଷାକର୍ମୀ ମାନଙ୍କ ଦ୍ୱାରା କମ୍ଭିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଛି । ଓଡ଼ିଶା ଛତିଶଗଡ଼ ସୀମାନ୍ତ ସିନାପାଲି ଥାନା ଝୋଲାପଡା ଗାଁ ନିକଟରେ ଏହି କ୍ୟାମ୍ପ ଠାବ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ନୂଆପଡ଼ା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସେଠାରୁ ବିପୁଳ ମାଓ ସାମଗ୍ରୀ ସହ ବିସ୍ପୋରକ ଜବତ କରାଯାଇଛି । ଗ୍ରିନେଡ ସହ ୟୁନିଫର୍ମ, ମାଓ ପୁସ୍ତିକା ,ଔଷଧ, ଭଳି ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି । ଏହି ଟିମ୍ ରେ ସିଆରପିଏଫ୍, ଡିଭିଏଫ, ଏସଓଜି ଜବାନ ମାନେ ସାମିଲ ଥିଲେ ।

Leave a Reply

Your email address will not be published.

Back to top button