ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡଗଡ଼ ଥାନା ଅନ୍ତର୍ଗତ ଶରାବାଡ଼ି ଗ୍ରାମରେ ଗତକାଲି ସଂନ୍ଧ୍ୟାରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଦୂତୀ ଗୌଡ଼ଙ୍କ ପୁଅ ପୀତବାସ । ପୀତବାସ ବାଇକ୍ ଯୋଗେ ସୁରେଖାଦେଇପୁରରୁ ଘରକୁ ଫେରୁଥିବା ବେଳେ ହଠାତ୍ ବଜ୍ରାଘାତରେ ଗୁରୁତର ହୋଇଥିଲେ । ତାଙ୍କୁ ତୁରନ୍ତ ସୋରଡ଼ା ଡ଼ାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗତକାଲି ସଂନ୍ଧ୍ୟା ହୋଇଯାଇଥିବାରୁ ଆଜି ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ବଡଗଡ଼ ଥାନା ଅଧିକାରୀ ସୁରଜ କୁମାର ଝଙ୍କାର ସୂଚନା ଦେଇଛନ୍ତି । 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *