୫ ଦଫା ଦାବି ନେଇ କଲମ ଛାଡ ଆନ୍ଦୋଳନ

ବ୍ରହ୍ମପୁର: ବ୍ରହ୍ମପୁର ସବରେଜିଷ୍ଟରଙ୍କ କାର୍ଯ୍ୟାଳୟରେ ଅଚଳାବସ୍ଥା ଦେଖିବାକୁ ମିଳିଛି।  ତୃଟିପୂର୍ଣ୍ଣ ବେଞ୍ଚମାର୍କ ମୂଲ୍ୟାୟନ ହେଉ ଅବା ଓରେରା ଆଇନ୍ ର ଭୁଲ ବାଖ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଫଳରେ ଲୋକଙ୍କ ଦଲିଲ ରେଜିଷ୍ଟର ନ କରି ହଇରାଣ କରିବା ଭଳି ୫ ଦଫା ଦାବି ନେଇ କଲମ ଛାଡ ଆନ୍ଦୋଳନକୁ ଓହ୍ଲାଇଛି ଲେଖାଳି ମହାସଂଘ। 

ବ୍ରହ୍ମପୁର ସବରେଜିଷ୍ଟରଙ୍କ କାର୍ଯ୍ୟାଳୟରେ ଅଚଳା ଅବସ୍ଥା।  ତୃଟିପୁର୍ଣ୍ଣ  ବେଞ୍ଚ ମାର୍କ ମୂଲ୍ୟାୟନକୁ ଘୋର ବିରୋଧ। ଓରେରା ଆଇନକୁ ଭୁଲ୍ ବାଖ୍ୟା କରି ଜନସାଧାରଣଙ୍କୁ ହଇରାଣ ହରକତ କରାଯାଇଛି। ସାଧାରଣ ଲୋକଙ୍କ ସ୍ୱରକୁ ନେଇ କଲମ ଛାଡ ଆନ୍ଦୋଳନକୁ ଓହ୍ଲାଇଛି ଲେଖାଳି ମହାସଂଘ। ସସବରେଜିଷ୍ଟରଙ୍କ ମନମାନିକୁ ବିରୋଧ କରି ଲେଖାଳି ମହାସଂଘ କାର୍ଯ୍ୟବନ୍ଦର ଡାକରା ଦେଇଛି। ଫଳରେ ସରକାରଙ୍କ ଟିକସ ଉପରେ ସିଧାସଳଖ ପ୍ରଭାବ ପଡିଛି। ଗତ କିଛି ମାସ ଧରି ଗଞ୍ଜାମ ଜିଲ୍ଲାରେ ଏଭଳି ନିୟମ ଲାଗୁ ହେବା ପରେ ସାଧାରଣ ଗରିବ ଗୁରୁବା  ନିଜର ଜମି ହେଉ ଅବା ଜାଗାର କିଛି ଅଂଶ ବିକିବାରୁ ବଞ୍ଚିତ ରହୁଛନ୍ତି। ଏଣୁ ତୁରନ୍ତ ନିୟମର ପ୍ରତ୍ୟାକ୍ଷାନ କରିବା ଲାଗି ଦାବି ହୋଇଛି। 

ସେପଟେ ଲେଖାଳି ସଂଘର ସ୍ବର ସହ ସ୍ବର ମିଳାଇଛି ବିଲ୍ ଡର ମହାସଂଘ।  ସରକାର ଙ୍କ ଅଜୀବ ନିତି ଓ ନିୟମକୁ ଘୋର ନିନ୍ଦା କରିବା ସହ ସବରେଜିଷ୍ଟରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦକ୍ଷିଣାଞ୍ଚଳ ଆର୍ ଡିସିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।  ସମସ୍ୟାର ସମାଧାନ ନ ହେବା ଯାଏଁ ଆନ୍ଦୋଳନକୁ ଜୋରଦାର କରିବାକୁ ସଂଘ ନିଷ୍ପତ୍ତି ନେଇଛି।

ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ପ୍ରତି ହେଉଥିବା ବୈମାତୃକ ମନୋଭାବର କେବେ ପୂର୍ଣ୍ଣଛେଦ ପଡିବ, ତାହା ଉପରେ ହିଁ ସମସ୍ତଙ୍କ ନଜର।

ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ…. 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *