ଭୁବନେଶ୍ବର: ପୂଜା ପୂର୍ବରୁ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର । ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସଫଳ ହୋଇଥିବା ସୂଚନା। ତେଣୁ ଆଗାମୀ ୧୫ ଦିନ ଭିତରେ ସରକାର ଏହାର ସମାଧାନ କରିବା ଆଶା କରାଯାଉଛି।
୪୨ ଟି ବିଭାଗର ୭୦ ହଜାର ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ସେମାନଙ୍କ ସ୍ଥାୟୀ ନିଯୁକ୍ତି ଓ ଅନ୍ୟାନ୍ୟ ଦାବି ନେଇ କରିଥିଲେ ଦାବି। ଫଳରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟ ପ୍ରଭାବିତ ହୋଇଥିଲା। ଏହାକୁ ନେଇ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସହ ସରକାରଙ୍କ ପକ୍ଷରୁ ହୋଇଥିଲା ଆଲୋଚନା। ଆଲୋଚନା ସଫଳ ହୋଇଥିବା ସୂଚନା ମିଳିବା ପରେ ଆନ୍ଦୋଳନକାରୀଙ୍କ ମଧ୍ୟରେ ଦେଖାଦେଇଛି ଖୁସି।
ପୂଜା ପୂର୍ବରୁ ଭଲ ଖବର ମିଳିବା ନେଇ ମହାସଂଘ ଆଶା ରଖିଛି। ଯଦି ପୂର୍ବପରି ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର ସାବ୍ୟସ୍ତ ହୁଏ ତେବେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସଂଘ କହିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now