ମିଳିତ ଅମଲା ସଂଘ ତରଫରୁ ସମୂହ ଛୁଟି

Spread the love

ଭୁବନେଶ୍ୱର : ୨୦୧୭ ମସିହାରୁ ଜିଲ୍ଲାସ୍ତରରେ କିରାଣୀ ମାନଙ୍କର ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହ କମ୍ପୁଟର ଜ୍ଞାନ ରାଜ୍ୟ ସରକାର ସ୍ଥିର କରିଥିଲେ ହେଁ ସେମାନଙ୍କ ଦରମାରେ କୌଣସି ପରିବର୍ତନ କରାଗଲା ନାହିଁ । ସରକାରଙ୍କର ସମସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ କରୁଥିବା ଏହି ବର୍ଗର କର୍ମଚାରୀଙ୍କୁ ବାଦ ଦେଇ ଅନ୍ୟ କୌଣସି ସ୍ନାତକ ଯୋଗ୍ୟତାସମ୍ପନ୍ନ କ୍ୟାଡ଼ର ୧୯୦୦ ଗ୍ରେଡ୍ ପେରେ ନାହାଁନ୍ତି, ଏହା କହିବା ବାହୁଲ୍ୟ । ଏଭଳି ହୀନମନ୍ୟତା ଓ ପାତରଅନ୍ତର ନିତିକୁ ସଂଶୋଧନ କରିବା ପାଇଁ ଅମଲାମାନଙ୍କ ସଂଗଠନ ତରଫରୁ ବହୁ ଅନୁରୋଧ ସରକାରଙ୍କୁ ଜଣାଇ ଦିଆଯାଇଥିଲେ ମଧ୍ୟ ତାର କୌଣସି ସମାଧାନ ହୋଇପାରି ନାହିଁ । ଏହି ୪୨୦୦ ଗ୍ରେଡ୍ପେ ଲେବୁଲ-୯ର ଦାବି ନେଇ ଅମଲା କର୍ମଚାରୀମାନଙ୍କର ତା ୨୭.୧୧.୨୦୨୨ରିଖରେ ରାଜ୍ୟ ରାଜଧାନୀରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା । ଆଶା ଥିଲା ସରକାର ଏହି ଅବହେଳିତ ବର୍ଗ କର୍ମଚାରୀଙ୍କ ସମସ୍ୟାକୁ ସହୃଦୟର ସହ ସମାଧାନ କରିବେ । କିନ୍ତୁ ମାର୍ଚ୍ଚ ୨୦୨୩ ଯାଏ ଏହି ସମସ୍ୟା ସମସ୍ୟାରେ ରହିବାରୁ କର୍ମଚାରୀ ସଂଗଠନମାନେ ତା ୦୯.୦୪.୨୦୨୩ ଭୁବନେଶ୍ୱରସ୍ଥ ଗୀତଗୋବିନ୍ଦ ଭବନରେ ଏକାଠି ହୋଇ ଧୈର୍ଯ୍ୟର ସହ ସରକାରଙ୍କୁ ଅନୁରୋଧ ଜଣାଇଥିଲେ । ପୁଣିଥରେ ତା ୨୧.୦୪.୨୦୨୩ରିଖରେ ଆଉ ଏକ ସ୍ମାରକପତ୍ର ଜରିଆରେ ୪୨୦୦ ଗ୍ରେଡ୍ପେ ଓ ଲେବୁଲ-୯ର ଦାବିକୁ ସମାଧାନ କରିବା ପାଇଁ ଅନୁରୋଧ ଜଣାଇଥିଲେ । କିନ୍ତୁ ଏହି ନୈରାଶ୍ୟ ସୃଷ୍ଟିକାରୀ ସମସ୍ୟାର ସମାଧାନ ନହେବାରୁ ତା ୦୧.୦୫.୨୦୨୩ରିଖରେ ସରକାରଙ୍କୁ ଏକ ଚରମ ପତ୍ର ମାଧ୍ୟମରେ ତା ୨୧.୦୫.୨୦୨୩ରିଖ ସୁଦ୍ଧା ଘଟଣାର ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ । ସମାଧାନ ନହେଲେ ଗଣତାନ୍ତ୍ରିକ ପନ୍ଥାରେ କଳାବ୍ୟାଜ୍ ପରିଧାନ କରିବା ଓ ୩୧.୦୫.୨୦୨୩ ସୁଦ୍ଧା କୌଣସି ସମାଧାନର ରାସ୍ତା ନ ବାହାରିଲେ ତା ୦୧.୦୬.୨୦୨୩ରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟି ମାଧ୍ୟମରେ ପ୍ରତିବାଦ କରିବା ପାଇଁ ନିଷ୍ପତି ନେଲେ ଓ ଏହି ନିଷ୍ପତିକୁ ପତ୍ର ମାଧ୍ୟମରେ ଓ ବିଭିନ୍ନ ଗଣମାଧ୍ୟମ ଜରିଆରେ ରାଜ୍ୟ ସରକାର ଓ ଜନସାଧାରଣଙ୍କ ଦୃଷ୍ଟିଗୋଚର କରାଗଲା ଏବଂ ଏହା ରେଡ଼କ୍ରସ ଭବନ, ୟୁନିଟ୍-୯ରେ ଆୟୋଜନ କରାଯାଇଛି ।

ଗତ ତା ୦୨.୦୬.୨୦୨୩ରେ ରାଜ୍ୟର ମୁଖ୍ୟ ଶାସନ ସଚୀବଙ୍କ ସହ କର୍ମଚାରୀ ସଂଘ ପ୍ରତିନିଧିମାନଙ୍କର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇ ଦୁଇ ଦଫା ଧରି ହୋଇଥିଲେ ହେଁ ସମାଧାନର କୌଣସି ନିଷ୍କର୍ସ ବାହାରି ପାରିଲା ନାହିଁ । କର୍ମଚାରୀମାନେ ତାଙ୍କର ନ୍ୟାର୍ଯ୍ୟଦାବି ସରକାରଙ୍କ ଠାରୁ ପାଇବା ପାଇଁ ଅଶା ବାନ୍ଧି ଅଛନ୍ତି । ତେଣୁ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିବା ପାଇଁ ତା ୦୪.୦୬.୨୦୨୩ରିଖ ରେଡ଼କ୍ରସ ଭବନ, ଭୁବନେଶ୍ୱରଠାରେ ମିଳିତ ଅମଲା ସଂଘର ଅଧ୍ୟକ୍ଷ ଶ୍ରୀ ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ୩୦ଗୋଟି ଜିଲ୍ଲାର କର୍ମଚାରୀ ନେତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଗଲା । ୩୦ଗୋଟି ଜିଲ୍ଲାରୁ ୨୦୦ରୁ ଅଧିକ କର୍ମଚାରୀ ନେତା ଏଥିରେ ଅଂଶଗ୍ରହଣ କରି ସବୁ ଜିଲ୍ଲାର ଅମଲା ମାନଙ୍କର ଭାବାବେଗକୁ ପାଥେୟ କରି ସର୍ବସମ୍ମତିକ୍ରମେ ଏହି ନିଷ୍ପତି ନିଆଗଲା ଯେ, ସରକାର ଯେଉଁ ପର୍ଯ୍ୟନ୍ତ କନିଷ୍ଠ ସହାୟକଙ୍କ ଗ୍ରେଡ୍ ପେ ୪୨୦୦ (ଲେଭଲ-୯) ନ କରିଛନ୍ତି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ । ଆନ୍ଦୋଳନ ଜନିତ ଉପୁଜିଥିବା ସମସ୍ୟା ପାଇଁ ଜନସାଧାରଣଙ୍କ ନିକଟରେ ଦୁଃଖ ପ୍ରକାଶ କରାଯାଇ ସେମାନଙ୍କ ସହଯୋଗ କାମନା କରାଗଲା ।

ତା ୦୭.୦୬.୨୦୨୩ରେ ମୁଖ୍ୟ ଶାସନ ସଚିବଙ୍କ ସହ ସଂଘର ଅନୁଷ୍ଠିତ ଆଲୋଚନା ମଧ୍ୟ ବିଫଳ ହୋଇଛି । ସେହି ପରିପ୍ରେକ୍ଷୀରେ ୦୯.୦୬.୨୦୨୩ରିଖରେ ରାଜ୍ୟ ପରିଷଦ ବୈଠକରେ ଆନ୍ଦୋଳନ ଚଳାଇ ରଖିବା ପାଇଁ ସର୍ବସମ୍ମତି ନିଷ୍ପତି କରାଗଲା ।

ଆଜି ଅନ୍ଦୋଳନର ତ୍ରୟୋଦଶ ଦିବସ । ଏହି ଅବସରରେ ଗଣମାଧ୍ୟମ ଜରିଆରେ ଆମ୍ଭେ ଘଟଣାର ଆଶୁ ସମାଧାନ ନିମନ୍ତେ ସରକାରଙ୍କୁ ନିବେଦନ କରୁଅଛୁ ଯେ, ସରକାର ଅମଲାଙ୍କ ଦାବି ପ୍ରତି ସହୃଦୟତାର ସହିତ ବିଚାର କରି ଯଥାଶୀଘ୍ର ଦାବି ପୂରଣ କରନ୍ତୁ ଓ ଜନସାଧାରଣ ପାଇଁ ଉପୁଜିଥିବା ସମସ୍ୟାର ସମାଧାନ ହେଉ ।

Leave a Reply

Your email address will not be published. Required fields are marked *