କମିଶନରେଟ ପୋଲିସକୁ ଘାରିଲା ଫିଟନେସ ଚିନ୍ତା

ଭୁବନେଶ୍ବର: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଚେତିଲା ପୋଲିସ l ପୋଲିସ ଅଫିସରଙ୍କ ମାନସିକ ତଥା ଶାରୀରିକ ଫିଟ ରହିବାକୁ ଜାରି ହେଲା ଗାଇଡଲାଇନ l ଭୁବନେଶ୍ୱର ଅର୍ବାନ ପୋଲିସ ପକ୍ଷରୁ ଜିଲ୍ଲାର କର୍ମଚାରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି । ନିର୍ଦ୍ଦେଶ ଜାରି କରିଛନ୍ତି ଖୋଦ ଡିସିପି।

ନବଦାସଙ୍କ ହତ୍ୟା ପରେ ଚେତିଲା ପୋଲିସ । କମିଶନରେଟ ପୋଲିସକୁ ଘାରିଲା ଫିଟନେସ ଚିନ୍ତା । ଓଜନ ହେବେ ପୋଲିସ ବାବୁ l ପେଟୁଆ ବାବୁମାନଙ୍କୁ ମେଣ୍ଟେନ କରିବାକୁ ହେବ ଫିଗର l କେବଳ ଶାରୀରିକ ନୁହେଁ ବରଂ ମାନସିକ ଭାବେ ଫିଟ ରହିବାକୁ ଜାରି ହେଲା ନିର୍ଦ୍ଦେଶନାମା। ଏନେଇ ଭୁବନେଶ୍ୱର ଅର୍ବାନ ପୋଲିସ ପକ୍ଷରୁ ଜିଲ୍ଲାର କର୍ମଚାରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି । ନିର୍ଦ୍ଦେଶ ଜାରି କରିଛନ୍ତି ଖୋଦ୍ ଡିସିପି ପ୍ରତୀକ ସିଂ l ପୋଲିସ ଏକ ୟୁନିଫର୍ମ ସର୍ଭିସ, ଏଥିପାଇଁ ସବୁବେଳେ ପୋଲିସ ଫିଟ ରହିବା ଜରୁରୀ l ଶାରୀରିକ ଓ ମାନସିକ ସୁସ୍ଥ ରହିଲେ ସେମାନଙ୍କ କାର୍ଯ୍ୟ ଦକ୍ଷତା ବଢିବ, ନଚେତ ଉଚ୍ଚ ରକ୍ତଚାପ, ମଧୁମେହ ଭଳି ରୋଗର ଶିକାର ହୋଇପାରନ୍ତି। କିଛି ଦିନ ତଳେ କ୍ଲିନ ପୋଲିସ ଷ୍ଟେସନ ଓ ଫିଟ ପୋଲିସ ଷ୍ଟେସନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା l ସମୟ ସମୟରେ ପୋଲିସ ତରଫରୁ ଏ ଭଳି ପଦକ୍ଷେପ ନିଆଯାଉଛି। ପୋଲିସ ଉପରେ ଅତ୍ୟଧିକ କାମ ଚାପ ରହୁଛି। ଫିଟନେସ ପାଇଁ ସମୟ ଦେଇପାରୁନାହାନ୍ତି ପୋଲିସ କର୍ମୀ l ଏପରି ଭାବରେ ୟୁନିଫର୍ମରେ ପୋଲିସ କର୍ମଚାରୀ ସ୍ମାର୍ଟ ଦେଖାଯିବା ସହ ଆକ୍ଟିଭ ରହିବେ l ଚାପରୁ ଦୂରେଇ ରହିବା ଓ ଅଧିକ କାର୍ଯ୍ୟ ଦକ୍ଷତା ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

APR, DPO, CP ହେଡକ୍ୱାର୍ଟର୍ସ, ଟିମ୍ ୬୦, OSAP ମୋବିଲାଇଜଇଡ ଫୋର୍ସ ପାଇଁ ଜାରି ହୋଇଛି ଏହି ନିର୍ଦ୍ଦେଶ ନାମା। ଏହି ସବୁ ବିଭାଗରେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀଙ୍କ ଓଜନକୁ ନେଇ ଟାର୍ଗେଟ ଦିଆଯିବ । ପ୍ରତି ୧୫ ଦିନରେ ପୋଲିସ କର୍ମଚାରୀଙ୍କ ଓଜନ ମାପ କରାଯିବ । ଖିଲାପକାରୀଙ୍କୁ ଅର୍ଡଲି ରୁମ ଦାୟିତ୍ୱ ଦିଆଯିବ । ମାଦକ ଦ୍ରବ୍ୟ ସେବନରୁ ଦୂରେଇ ରଖିବାକୁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ପ୍ରତିଦିନ ସକାଳୁ ଓ ଅପରାହ୍ଣରେ ଫିଜିକାଲ ଟ୍ରେନିଂ, ଫିଟନେସ ଓ ସଫେଇ ଉପରେ ଗୁରୁତ୍ୱ ଦିଆଯିବ । ପ୍ରତିମାସରେ ୮୦ ପ୍ରତିଶତ ଉପସ୍ଥାନ ରହିବା ବାଧ୍ୟତା ମୂଳକ l ପୋଲିସର ଏହି ପଦକ୍ଷେପ ସହ ପୋଲିସର କାର୍ଯ୍ୟ ସମୟସୀମାକୁ ଗୁରୁତ୍ୱ ଦେବାର ଆବଶ୍ୟକ ରହିଛି ବୋଲି କହିଛନ୍ତି ପୂର୍ବତନ ପୋଲିସ ଅଧିକାରୀ ।

ପେଟ ବାହାରିଥିଲେ କମାଇବାକୁ  ହେବ l ପ୍ରତି 15 ଦିନରେ ହେବ ଓଜନ ମାପ l ନହେଲେ  ଖିଲାପକାରୀଙ୍କୁ ମିଳିବ ଅର୍ଡରଲି ରୁମ ଦାୟିତ୍ୱ l ଏବେ ଖାଲି ଦେଖିବାକୁ ଅଛି କେତେ ଫିଟ ହେଉଛନ୍ତି ପୋଲିସ ବାବୁମାନେ l

ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *