ଚାଉଳ ବନାମ ଆଇନଶୃଙ୍ଖଳା

Spread the love

() ଚାଉଳ ଓ ଆଇନଶୃଙ୍ଖଳାକୁ ନେଇ ମୁହାଁମୁହିଁ ବିରୋଧୀ ଶାସକ। କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସମସ୍ତ ବ୍ଲକରେ ପ୍ରତିବାଦ କରିଛି ବିଜେଡି । ସେପଟେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ମନ୍ତ୍ରୀ ନବ ଦାସ ମୃତ୍ୟୁର ତଦନ୍ତ ବାଟବଣା ହେଉଥିବାର ପ୍ରତିବାଦ କରି ବିଜେପି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛି ।

କେନ୍ଦ୍ର ସରକାରଙ୍କ ଗରିବ ମାରଣ ନୀତି ପ୍ରତିବାଦରେ ସାରା ରାଜ୍ୟରେ ବିଜେଡିର ପ୍ରତିବାଦ। ଜାତୀୟ ଖାଦ୍ୟ ସୁରକ୍ଷାରେ ମିଳୁଥିବା ଚାଉଳକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ନାମିତ କରି ୫କେଜି ଚାଉଳ କାଟ କରିଛନ୍ତି ସରକାର । ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସମସ୍ତ ବ୍ଲକରେ ପ୍ରତିବାଦ କରିଛି ବିଜେଡି । ଦେବଗଡ଼ ଜିଲ୍ଲାର ସମସ୍ତ ତିନୋଟି ବ୍ଲକର ୭୦ଟି ପଂଚାୟତରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ସେହିପରି ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକର ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ବିଜେଡି ପକ୍ଷରୁ ଧାରଣା ଦିଆଯାଇଛି।

ସେପଟେ ରାଜ୍ୟରେ ବିପର୍ଯ୍ୟସ୍ତ  ଆଇନ ଶୃଙ୍ଖଳା ପରିସ୍ଥିତି ସହ ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛି ବିଜେପି। କଟକ, ବରଗଡ, ଝାରସୁଗୁଡ଼ା,ବାଲେଶ୍ଵର, ଟିଟିଲାଗଡ, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ ଜିଲ୍ଲା ବିଜେପି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଉଭୟ ବିଜେଡି ଓ ବିଜେପି ତିନି ଦିନିଆ ଆନ୍ଦୋଳନ କରି ନିଜର ଦାବିକୁ ଶାଣିତ କରୁଛନ୍ତି।

Leave a Reply

Your email address will not be published. Required fields are marked *