ଚଳିତ ବର୍ଷ ୨୦୨୫ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶାର ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍ ଅତିକ୍ରମ କରିଛି। ବୌଦ୍ଧର ତାପମାତ୍ରା ୪୦.୫ ଡିଗ୍ରି ସେଲସିୟସ୍ ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି।
ଆଇଏମଡିର ସଦ୍ୟତମ ତଥ୍ୟ ଅନୁଯାୟୀ ବୌଦ୍ଧରେ ଦିନର ସର୍ବାଧିକ ତାପମାତ୍ରା ୪୦.୫ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ, ବଲାଙ୍ଗୀରରେ ବୁଧବାର ଦ୍ୱିତୀୟ ସର୍ବାଧିକ ତାପମାତ୍ରା ୩୯.୯ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ଏହା ପଛକୁ ଝାରସୁଗୁଡା ଏବଂ ସୁନ୍ଦରଗଡରେ ତାପମାତ୍ରା ୩୯.୪ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୩୯.୩ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି।
ସେହିପରି ହୀରାକୁଦରେ ତାପମାତ୍ରା ୩୮.୭ ଡିଗ୍ରି ସେଲସିୟସକୁ ବୃଦ୍ଧି ପାଇଥିଲା ବେଳେ ରାଉରକେଲାରେ ୩୮.୪ ଡିଗ୍ରି ସେଲସିୟସ ତାପମାତ୍ରା ରହିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now