ଖରାରେ ସିଝୁଛି ରାଜ୍ୟ, ୪୪.୨ ଡ଼ିଗ୍ରୀ ସହ ସମ୍ବଲପୁର ସବୁଠୁ ଉତପ୍ତ

Spread the love

ଭୁବନେଶ୍ୱର : ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ବିଶେଷ କରି ପଶ୍ଚିମ ଓଡିଶା ତତଲା କଡେଇରେ ଭାଜି ହେଉଛି । ଶୁକ୍ରବାର ଦିନ ୨ ଟା ୩୦ ସୁଦ୍ଧା ୪୪.୨ ଡ଼ିଗ୍ରୀ ସହ ସମ୍ବଲପୁର ସବୁଠୁ ଉତପ୍ତ ସହର ପାଲଟିଛି । ସେହିପରି ରାଜଧାନୀ ଭୁବନେଶ୍ୱରର ୪୧.୪ ଡ଼ିଗ୍ରୀ ତାପମାତ୍ରାରେକର୍ଡ ହୋଇଛି ।

ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ଦିନ ସାଢେ ୨ ଟା ସୁଦ୍ଧା ସମ୍ବଲପୁରରେ ୪୪.୨ ଡ଼ିଗ୍ରୀ , ଝାରସୁଗୁଡାରେ ୪୩.୪ ଡ଼ିଗ୍ରୀ , ହୀରାକୁଦରେ ୪୨.୮ ଡ଼ିଗ୍ରୀ, ଭୁବନେଶ୍ୱରରେ ୪୧.୪ ଡ଼ିଗ୍ରୀ ରେକର୍ଡ ହୋଇଛି । ଏହା ବ୍ୟତୀତ କେନ୍ଦୁଝରରେ ୩୬.୬ ଡ଼ିଗ୍ରୀ, ଗୋପାଳପୁରରେ ୩୫.୪ ଡ଼ିଗ୍ରୀ , ପୁରୀରେ ୩୪.୬ ଡ଼ିଗ୍ରୀ , ପାରାଦୀପରେ ୩୨.୮ ଡ଼ିଗ୍ରୀ ,ବାଲେଶ୍ୱରରେ ୩୨.୬ ଡ଼ିଗ୍ରୀ ଓ ଚାନ୍ଦବାଲିରେ ୨୬.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *