ନିଶା ମଙ୍ଗଳବାର ଶେଷ

Spread the love

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଗଡ଼ପଳାଶୁଣୀ ଗାଁର ନିଶା ମଙ୍ଗଳ ବାର ଓଷା ଶେଷ ହୋଇଛି। ରାତି ୧୧.୩୦ ସମୟରେ  ପ୍ରାୟ ୧୦ ହଜାର ହଜାରରୁ ଉର୍ଦ୍ଧ୍ବ  ମହିଳା ବିଶାଳ ଶୋଭା ଯାତ୍ରାରେ ବାହାରି ଗ୍ରାମ ପୁଷ୍କରଣୀ ରୁ ପାଣି ଆଣି ମାଙ୍କ କୋଠି ରେ ଢାଳିଛନ୍ତି। ତେବେ ପୋଲିସ ପ୍ରଶାସମର କଢା ସୁରକ୍ଷା ବଳୟରେ ଶେଷ ହୋଇଛି ହାତୀ କଳସ ଯାତ୍ରା।

ସରିଲା ନିଶାମଙ୍ଗଳବାର ଓଷା। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ର ଗଡ଼ପଳାଶୁଣୀ ଗାଁର ନିଶା ମଙ୍ଗଳ ବାର ଓଷା ଶେଷ ହୋଇଛି। ଏହି ଓଷାରେ ଗାଁର ମହିଳାଙ୍କ ସହ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ମହିଳା କଳସ ଯାତ୍ରାରେ ସାମିଲ ହୋଇଥିଲେ। ବିଶ୍ବାସ ଅଛି ଏହି ଯାତ୍ରାରେ ସାମିଲ ମହିଳାଙ୍କ ସମସ୍ତ ମାନସିକ ପୂରଣ କରନ୍ତି ମା’। ତେବେ ଏହି ଉଷା ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସର ଶେଷ ମଙ୍ଗଳ ବାର ନିଷ୍ଠାର ସହ ପାଳନ କରାଯାଇଥାଏ | ତେବେ ଗତ କାଲି ଚନ୍ଦ୍ର ଗ୍ରହଣ ପାଇଁ କଳସ ଯାତ୍ରା ସାମାନ୍ୟ ବିଳମ୍ବରେ ହୋଇଥିଲା | ତେବେ ରାତି ୧୧.୩୦ ସମୟରେ  ପ୍ରାୟ ୧୦ ହଜାର ହଜାରରୁ ଅଧିକ  ମହିଳା ବିଶାଳ ଶୋଭା ଯାତ୍ରାରେ ବାହାରି ଗ୍ରାମ ପୁଷ୍କରଣୀ ରୁ ପାଣି ଆଣି ମାଙ୍କ କୋଠି ରେ ଢାଳିଥିଲେ।

 ଗତ ଦୁଇବର୍ଷ ହେବ କରୋନା କଟକଣା ଯୋଗୁ ଯାତ୍ର ବନ୍ଦ ଥିଲା। ଚଳିତ ବର୍ଷ କଟକଣା ହଟିଯିବାରୁ ବେସ ଧୁମଧାମରେ ପାଳିତ ହୋଇଯାଇଛି ନିଶାମଙ୍ଗଳବାର ଓଷା। ପରିବାର ସୁଖ ମନାସି ବହୁ ଦୁର ଦୁରାନ୍ତରୁ ମହିଳା ମାନେ ଛୁଟି ଆସିଥାନ୍ତି ମାଙ୍କ ଯାତ୍ରାରେ ସାମିଲି ହେବାକୁ। ସୈାମେନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *