ଭୁବନେଶ୍ବର: ପୁଣିଥରେ ତାଣ୍ଡବ ରଚିବା ଆରମ୍ଭ କରିଦେଇଚି ଲଘୁଚାପ ଜନିତ ବର୍ଷା। କେବଳ ଉତ୍ତରାଖଣ୍ଡରେ ନୁହେଁ ଓଡ଼ିଶା, ଗୁଜୁରାଟ ଓ ପଶ୍ଚିମବଙ୍ଗରେ ମଧ୍ୟ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପଶ୍ଚିମ, ମଧ୍ୟ ଓ ତତସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ର ପ୍ରଦେଶ ତଥା ଓଡ଼ିଶାର ଦକ୍ଷିଣାଞ୍ଚଳରେ ଏକ ଲଘୁଚାପ ୱେଲ୍ମାର୍କରେ ପରିଣତ ହୋଇଛି।
ରବିବାର ସକାଳେ ଏହା ଅବପାତର ରୂପ ନେଇଛି । ଫଳରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଲଘୁଚାପ ଯୋଗୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏହି ରାଜ୍ୟଗୁଡ଼ିକର ଉପକୂଳ ଅଞ୍ଚଳଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ସେହିପରି ଗୁଜୁରାଟ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ମଧ୍ୟ ଆସନ୍ତା ୫ ଦିନ ଧରି ପ୍ରବଳ ବର୍ଷା ହେବ । ଏହାସହ ଆନ୍ଧ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ତିନି ଦିନ ଧରି ବର୍ଷା ହେବ।
ଅନ୍ୟପଟେ ଦକ୍ଷିଣାଞ୍ଚଳ ରାଜ୍ୟ ତାମିଲନାଡୁ, ପୁଡ଼ୁଚେରୀ ଓ କରାଇକଲରେ ରବିବାର କାଳବୈଶାଖୀ ସହ ପ୍ରବଳ ବର୍ଷା ହୋଇପାରେ। ସେପ୍ଟମ୍ବର ୧୨ ତାରିଖରେ କେରଳ ଓ କର୍ଣ୍ଣାଟକରେ ବର୍ଷା ହେବାକୁ ଥିବା ବେଳେ ସେପ୍ଟେମ୍ବର ୧୩ ତାରିଖରେ ଗୁଜୁରାଟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now