ଦୁଷ୍କର୍ମ ଅଭିଯୋଗ ମାମଲାରେ ଫେରାର ଥିବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କୁ ଆଶ୍ୱସ୍ତି, ମିଳିଲା ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା

Spread the love

ଭୁବନେଶ୍ୱର : ଦୁଷ୍କର୍ମ ଅଭିଯୋଗ ମାମଲାରେ ଫେରାର ଥିବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କୁ ହାଇକୋର୍ଟ ଆଶ୍ୱସ୍ତି ଦେଇଛନ୍ତି । ତାଙ୍କୁ ହାଇକୋର୍ଟରୁ ଅଗଷ୍ଟ ୨୫ ଯାଏ ଅନ୍ତରୀଣ ସୁରକ୍ଷା ମିଳିଛି । ସୌରିନ ଭଟ୍ଟଙ୍କୁ ତଦନ୍ତରେ ସହଯୋଗ କରିବାକୁ ଓ ଥାନାରେ ହାଜର ହେବାକୁ କୁହାଯାଇଛି । ଏହାଛଡ଼ା ପୀଡ଼ିତଙ୍କ ୧୬୪ ବୟାନ ରେକର୍ଡ ହେବ ବୋଲି କୁହା ଯାଇଛି ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଭଟ୍ଟ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କଟକ ମହିଳା ଥାନାରେ ରୁଜୁ ମାମଲାରେ ସେ ନିର୍ଦ୍ଦୋଷ ଓ ତାଙ୍କ ବିରୋଧରେ ଥିବା ଅଭିଯୋଗ ଭିତ୍ତିହୀନ ଓ ଉଦ୍ଦେଶ୍ୟମୂଳକ ବୋଲି ଆବେଦନରେ ଦର୍ଶାଇ ସୌରିନ ଆଗୁଆ ଜାମିନ ପ୍ରଦାନ ପାଇଁ ପ୍ରାର୍ଥନା କରିଥିଲେ । କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ସାଇ ବିହାରରେ ରହୁଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସୌରିନ ବାରମ୍ବାର ଦୁଷ୍କର୍ମ କରିବା ଓ ଟଙ୍କା ହଡ଼ପ୍ କରିବା ଭଳି ସଙ୍ଗୀନ ଅଭିଯୋଗ ମହିଳା ଥାନାରେ ହୋଇଥିଲା ।

Leave a Reply

Your email address will not be published. Required fields are marked *