ସମୁଦ୍ରକୂଳେ ହାଇମାକ୍ସ ଲାଇଟ ଜଳୁନି : ବସା ବାନ୍ଧିଛି ପକ୍ଷୀ

Spread the love

ପୁରୀ : ଫନି ବାତ୍ୟା ସମୟରୁ ସମୁଦ୍ରକୂଳେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଜଳୁଥିବା ହାଇମାକ୍ସ ଲାଇଟ ଏବେ ଅଚଳ ହୋଇ ପଡ଼ିଛି । ଲାଇଟ ଖୁଣ୍ଟ ଘୁନିକ ତଳୁ କଳଙ୍କି ଲାଗି ଯାଇଥିବାରୁ ତାହା କେତେବେଳେ ଭାଙ୍ଗି ପଡ଼ି ପର୍ଯ୍ୟଟକଙ୍କ କ୍ଷୟକ୍ଷତି ତାକୁନେଇ ସନ୍ଦେହ ସୃଷ୍ଟି ହୋଇଛି । ଲାଇଟ ନଜଳିବାରୁ ଖୁଣ୍ଟ ଉପରେ ବିଭିନ୍ନ ପ୍ରକାର ପକ୍ଷୀ ବସା ବାନ୍ଧିଛନ୍ତି । ବସାରୁ କଣ୍ଟା ଓ କାଠି ତଳେ ପଡ଼ିବାରୁ ପର୍ଯ୍ୟଟକଙ୍କ ଗୋଡ଼ରେ କଣ୍ଟା ଫୋଡ଼ି ହୋଇ ଯାଉଥିବା ଅଭିଯୋଗ ହୋଇଛି । ସମୁଦ୍ରକୂଳେ ବିଭିନ୍ନ ସମୟରେ ଓ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କାର କାମ ହେଉଥିଲେ ମଧ୍ୟ କିଛି ବର୍ଷ ପରେ ତାହା ନଷ୍ଟ ହେଇଯିବାରୁ  ପୁଣି ଟଙ୍କା ଖର୍ଚ୍ଚ କରାଯାଉଛି । ହାଇମାକ୍ସ ଲାଇଟ ଜଳୁନଥିବାରୁ ସମୁଦ୍ରକୂଳ ଅନ୍ଧାର ରହିବା ସହ ଅସାମାଜିକ ଯୁବକମାନଙ୍କ ପାର୍ଦୁଭାବ ବୃଦ୍ଧି ପାଉଛି । ତୁରନ୍ତ ଏହି ଲାଇଟ ସବୁ କାର୍ଯ୍ୟକ୍ଷମ କରିବା ପାଇଁ ପର୍ଯ୍ୟଟକଙ୍କ ମହଲରୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *