୪ଟି ଗେଟ ଖୋଲିଲା ହୀରାକୁଦ, ମୋଟ ୧୨ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ

Spread the love

ଆହୁରି ୪ଟି ଗେଟ ଖୋଲିଲା ହୀରାକୁଦ | ମୋଟ ୧୨ଟି ଗେଟ ଦେଇ ହୀରାକୁଦ ଜଳ ନିଷ୍କାସନ ହେଉଛି | ଗତ ରବିବାର ୫ଟି ଗେଟ ଖୋଲି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ କରିଥିବା ବେଳେ, ଆସନ୍ତାକାଲି ୩ଟି ଗେଟ ଓ ଆଜି ପୁଣି ୪ଟି ଗେଟ ଖୋଲିଛି ହୀରାକୁଦ ଡ୍ୟାମ | ତେବେ ହୀରାକୁଦ ଗେଟ ଖୋଲିବା ପରେ ବୃଦ୍ଧି ପାଉଛି ଜଳସ୍ତର | ଫଳରେ ସୋନପୁର ମହାନଦୀର ଜଳସ୍ତର ବୃଦ୍ଧି ପାଇଛି | ବର୍ତ୍ତମାନ ସୁଦ୍ଧା ହୀରାକୁଦର ଜଳସ୍ତର ୬୨୪.୦୪ ଫୁଟ ରହିଛି |

Leave a Reply

Your email address will not be published. Required fields are marked *